ଅନ୍ତେବାସୀଙ୍କ କ୍ଷଣିକ ଆନନ୍ଦ ଦେଲା ‘ହୋପ ଅଫ ଲାଇଫ’
ଅନ୍ତେବାସୀଙ୍କ କ୍ଷଣିକ ଆନନ୍ଦ ଦେଲା ‘ହୋପ ଅଫ ଲାଇଫ’
Manas Kumar Rout |
October 11, 2019 |
ରାଉରକେଲା ୧୧/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ରାଉରକେଲା ଟିମ୍ବର କଲୋନୀ ନିକଟସ୍ଥ ଶାନ୍ତିଭବନରେ ରହୁଥିବା ୭୦ ଜଣ ବେସାହାରା ଅନ୍ତେବାସୀଙ୍କୁ ସାମାଜିକ ଅନୁଷ୍ଠାନ ହୋପ ଅଫ ଲାଇଫ ଟିମ୍ ଦୁର୍ଗାପୂଜାରେ ଆଇ.ଜି. ପାର୍କ ପରିଭ୍ରମଣ କରାଇଥିଲେ । ବେସାହାରା ବୃଦ୍ଧ, ବୃଦ୍ଧା ଏବଂ ବହୁଦିନରୁ ରହିଥିବା ରୋଗୀ ମାନଙ୍କୁ ଆଇ. ଜି. ପାର୍କ ନେଇ ସେଠାରେ ସେମାନଙ୍କୁ ପାର୍କରେ ଟୟ ଟ୍ରେନରେ ବସାଇଥିଲେ । ପାର୍କରେ ଥିବା ପଶୁ ପକ୍ଷୀକୁ ମାନଙ୍କୁ ଏହି ଅନ୍ତେବାସୀ ମାନେ ବୁଲି ଦେଖିଥିଲେ । ଦୁର୍ଗାପୂଜାରେ ସମସ୍ତେ ନିଜ ପରିବାର ସହ ଶାରଦୀୟ ଦୁର୍ଗାପୂଜାର ମଜାରେ ମସଗୁଲ ରହଥିବା ବେଳେ ହୋପ ଅଫ ଲାଇଫ ଟିମ୍ର ଏଭଳି ନିଆରା କାର୍ୟ୍ୟକ୍ରମକୁ ଶାନ୍ତିଭବନରେ ଥିବା ସେବିକା ମାନେ ଭୂୟସୀ ପ୍ରଶାଂସା କରିଥିଲେ । ଏହି ବେସାହାରା ଅନ୍ତେବାସୀ ମାନେ ପାର୍କ ବୁଲିବା ସମୟରେ ସେମାନଙ୍କ ମୁଖରେ ହସ ଫୁଟିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ।
Related Posts
About The Author