ଅନୁଭବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ନବୀନ ନିବାସ ସମ୍ମୁଖରେ ଧାରଣା

Spread the love

ଭୁବନେଶ୍ୱର,୨୦/୬ (ସନ୍ଧାନ ନିୟୁଜ)  ନ୍ୟାୟପାଇଁ ଧାରଣାରେ ବସିଲେ ମହିଳା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା କଟକର ସସ୍ମିତା ଆଚାର୍ଯ୍ୟ ନ୍ୟାୟ ଦାବି କରି ଆଜି ସକାଳେ ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣା ଦେଇଥିଲେ। ସେଠାରୁ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମହିଳା ଜଣକ ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଗତ କିଛି ଦିନ ତଳେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ସସ୍ମିତା ଅଭିଯୋଗ ଅଣିଥିଲେ। ଏଥିସହ ସେ ଏନେଇ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ,ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଏପରିକି ଗତ ୧୨ ତାରିଖ ରାତିରେ ସେ ଏନେଇ ଗୁହାରି କରିବାକୁ ଅନୁଭବଙ୍କ ଘରକୁ ଯାଇଥିବାବେଳେ ସେଠାରେ ଅନୁଭବ ମଧ୍ୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସସ୍ମିତା ଅଭିଯୋଗ କରିଥିଲେ। ସସ୍ମିତାଙ୍କ ଅଭିଯୋଗ ଆଧାରରେ ପୁରୀଘାଟ ପୁଲିସ ଉଭୟ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ସସ୍ମିତାଙ୍କ ସମସ୍ତ ଅଭିଯୋଗକୁ ସେତେବେଳେ ଅନୁଭବ ଖଣ୍ଡନ କରିଥିଲେ

Related Posts

About The Author

Add Comment