ଯାଜପୁର ସଦର ୫/୨ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅରାବଳ ପଞ୍ଚାୟତର ସାନବାଲିକୁଦା ଗ୍ରାମର ଜଣେ ଯୁବକ ଅନୁଗୁଳରେ ଚାକିରି କରିଥିବା ବେଳେ, ନିଜ ଗ୍ରାମ ସାନବାଲିକୁଦାକୁ ଘରକୁ ଆସୁଥିବା ବେଳେ, ଛତିଆ ଆନିକଟରେ ଦୃବୁର୍ତ୍ତମାନେ ଚାରେ ନିଶା ମିଶାଇ ଯୁବକଙ୍କ ଠାରୁ ସମସ୍ତ ଜିନିଷ ଲୁଟି ନେବା ସହିତ ଏହି ଯୁବକ କେଦାର ନାଥ ଜେନା(୪୫)ଙ୍କୁ ଅୁନୁଗୁଳରୁ ଆସୁଥିବା ସମୟରେ ବସ୍କୁ ଅପେକ୍ଷା କେଦାର କରିଥିବା ବେଳେ, ଦୃବୁର୍ତ୍ତ ମାନେ ବାଇକରେ ଆସି କେଦାରକୁ ଚାରେ ନିଶା ବଟିକା ଦେବାରୁ କେଦାର ଅଚେତ ହୋଇପଡ଼ିବାରୁ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ମନିପର୍ସ ଏବଂ ଏଟିଏମ୍ କାର୍ଡକୁ ଲୁଟି ନେବା ସହିତ କେଦାରକୁ କିଛି ଦୁରରେ କାଜୁ ଜଙ୍ଗଲରେ ଫୋପାଡ଼ି ଦେଇ ଦୃବୁର୍ତ୍ତ ଚାଲି ଯାଇଥିଲେ । ଘରକୁ କେଦାର ନଫେରିବାରୁ ତାଙ୍କ ବଡ଼ଭାଈ ସାମ୍ବାଦକି ବିଜୟ ଜେନା ତାଙ୍କର ସାନଭାଈ କେଦାର ଘରକୁ ନଆସିବାରୁ କେଦାରକୁ ଖୋଜିବାକୁ ଚଣ୍ଡିଖୋଲ ଯାଇଥିଲେ । ଖୋଜିବା ଅବସ୍ଥାରେ କେଦାରକୁ ନେଉଳପୁର କାଜୁ ଜଙ୍ଗଲରେ କେଦାର ଅଚେତ ଅବସ୍ଥାରେ ପଡ଼ିଥିବା ବିଜୟ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଦାରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କ ବଡ଼ଭାଈ ବିଜୟ ଜେନା କଟକ ମେଡିକାଲକୁ ଚିକିତ୍ସା ପାଇଁ କେଦାରକୁ ନିଆଯାଇଥିଲା । କଟକ ମେଡିକାଲରେ ଚିକିତ୍ସା ହେବାରୁ କେଦାର ସୁସ୍ଥ ହୋଇ ନିଜ ଗ୍ରାମ ସାନବାଲିକୁଦାକୁ ଆସିଥିବା ବେଳେ, ଆମପ୍ରତିନିଧି କେଦାର ଜେନାଙ୍କୁ ପଚାରିବାରୁ ମତେ ଦୁଇ ଜଣ ଯୁବକ ବାଇକ୍ ଆସି ମଙ୍ଗୁଳିରୁ ଚଣ୍ଡିଖୋଲକୁ ନେଇଯିବା ଲାଗି କହିଥିଲେ । ଚା ପିଇବା ପରେ ଘଟଣା ସର୍ମ୍ପରେ ମୁ କିଛି ଜାଣିନାହିଁ ବୋଲି ଆମପ୍ରତିନିଧିଙ୍କୁ କହିଥିଲେ । କେଦାର ସୁସ୍ଥ ଥିବା ଆମପ୍ରତିନିଧି ଦେଖିବାକୁ କହିଥିଲେ । ଏନେଇ କେଦାରଙ୍କ ବଡ଼ଭାଈ ବିଜୟ କୁମାର ଜେନା ଧର୍ମଶାଳା ଥାନାରେ ଏତଲା କରିଥିବା ଜଣାଯାଇଚି । ଏନେଇ ଧର୍ମଶାଳା ପୋଲିସ୍ ପକ୍ଷରୁ ତଦନ୍ତ କରୁଥିବା ଜଣାଯାଇଚି ।
ଅନୁଗୁଳରୁ ଆସିଥିବା ଯୁବକକୁ ନିଶାଦେଇ ସର୍ବସ୍ୱ ଲୁଟିନେଲେ
|
February 5, 2020 |



