ରାଜୀବଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଦାବି, ଭଙ୍ଗା କୁଡ଼ିଆରେ କଟୁଛି ଜୀବନ
ରାଜୀବଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଦାବି, ଭଙ୍ଗା କୁଡ଼ିଆରେ କଟୁଛି ଜୀବନ
Manas Kumar Rout |
May 11, 2019 |
ଧର୍ମଶାଳା ୧୧/୫ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଂଚାୟତ ର କଣିପାଟିଆ ଗ୍ରାମର ସ୍ୱର୍ଗତ ଅନାଦି ରାଉତ ଙ୍କ ପୁଅ ରାଜୀବ ରାଉତ ଙ୍କର ଘର ଖଣ୍ଡେ ମୁଣ୍ଡ ଗୁଂଜୀବା କୁ ନ ଥିବାରୁ ବହୁତ ହଇରାଣ ହେଉଛନ୍ତି । ଚାଳ ଛପର ଘର ବଖରା ଟିଏ ଥିଲା ଯେ ତାହା ଏହି ଫୋନି ବାତ୍ୟା ରେ ଭାଙ୍ଗି ଛାର ଖାର ହୋଇଯାଇଛି । ଦିନ ମଜୁରିଆ ଭାବେ ନିଜର ବୁଢ଼ୀ ମା ସହିତ କୁନି ଝିଅ ଓ ନିଜର ସହ ଧର୍ମିଣୀ କୁ ଚଳାଇବା କଷ୍ଟ । କୋଠା ଘର କରିବା ସାତ ସପନ ତା ପାଇଁ । ବ୍ଲକ ପ୍ରଶାସନ ଯଥା ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଘର କିମ୍ବା ବିଜୁ ପକ୍କା ଘର ଟିଏ ବେବସ୍ଥା କଲେ ରାଜୀବ ଉପକୃତ ହେବ।


Related Posts
About The Author