ସୁନ୍ଦରଗଡ ତା:୮/୯/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଭସମା ଥାନା ଅନ୍ତର୍ଗତ ମଙ୍ଗସପୁର ପଞ୍ଚାୟତ ଆଡ଼କଠା ଗ୍ରାମର ଏକ ଅନାଥ ଛୋଟ ଛୁଆର ରକ୍ଷଣାବେକ୍ଷଣ ପାଇଁ ହାତ ବଢ଼ିଛନ୍ତି ସୁନ୍ଦରଗଡ ଜିଲ୍ଲା ବିଜେଡି କର୍ମୀ । ଜିଲ୍ଲାର ପୂର୍ବତନ ଚେୟାରମେନ ବେଣୁଧର ତାଣ୍ଡିଆଙ୍କ ନେତୃତ୍ୱରେ ମଙ୍ଗସପୁର ପଞ୍ଚାୟତର ଆଡ଼କଠା ଗ୍ରାମର କୁମକୁମ ଧୁରୁଆ (୫ବର୍ଷ ) ଝିଅ ଶିଶୁର ମାଆ ଗତ ତିନି ବର୍ଷରୁ ସ୍ୱର୍ଗବାସ ହେବା ସହିତ ବାପା କୁଆଡେ ଚାଲି ଜିବାରୁ ଶିଶୁର ଭବିଷ୍ୟତ ଅନ୍ଧକାରରେ ରହିଥିବାରୁ ଜିଲ୍ଲା ବିଜେଡି ତରଫରୁ ସହଯୋଗର ହାତ ବଢ଼ାଇଛନ୍ତି । ଛୋଟ ଶିଶୁଟି କିପରି ଭାବରେ ଏକୁଟିଆ ଜୀବନ ବିତାଇବ ଓ ତାର ଭବିଷ୍ୟତ ବିଷୟରେ ବିଜେଡିର ଏକ ଦଳ ତାଙ୍କ ଘରେ ପହଂଚି ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ଓ ଶିଶୁ ତଦାରଖ ଅଧିକାରୀଙ୍କ ସହିତ ପହୋ
ଫୋନ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇ ପ୍ରଶାସନ ବହନ କରିବା ପାଇଁ ସ୍ଥିର କରିଥିଲେ । ଏହି ପରିପେକ୍ଷିରେ ବିଜେଡି ଜେନେରାଲ ସେକ୍ରେଟେରୀ ଜନ୍ମଜୟ ମହାପାତ୍ର ,ଜିଲା ବିଜେଜି ଜେନେରାଲ ସେକ୍ରେଟେରୀ ଗୋପ ମହାନ୍ତି, ବିଜେଡି ବରିଠ ନେତା ଯେ ନାରାୟଣ ତ୍ରିପାଠୀ, ମଙ୍ଗସପୁର ପୂର୍ବତନ ସରପଞ୍ଚ ବେଲାଲସେନ କୁମରା ଉପସ୍ଥିତ ରହିଥିଲେ । ଏହାକୁ ଅଞ୍ଚକ ବାସୀ ଅନେକ ପ୍ରଶଂସା କରିଛନ୍ତି ।
ଅନାଥ ଶିଶୁର ଭବିଷ୍ୟତ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଜେଡି କର୍ମୀ
|
September 11, 2021 |



