ଭୁବନେଶ୍ୱର, ୨୫/୪ (ସନ୍ଧାନ ନିୟୁଜ) : ପୂର୍ବତନ ରାଜ୍ୟ ମନ୍ତ୍ରୀ ବା ଜମ୍ମୁ-କାଶ୍ମୀର ପିପୁଲ୍ସ କନଫରେନସର ନେତା ଇମରାନ୍ ରାଜା ଅନସାରିଙ୍କ ଶ୍ରୀନଗରର କରନ ନଗର ସ୍ଥିତ ବାସଭବନରେ ଆଜି ଆୟକର ବିଭାଗ ଚଢାଉ କରିଛି । ଆୟକର ବିଭାଗ ତରଫରୁ ଏକ ଟିମ୍ ପ୍ରସ୍ତୁତ କରାଯାଇ ବାଣିଜ୍ୟିକ ଭବନ ଉପରେ ଚଢାଉ କରାଯାଇଥିଲା । ଏହି ବାଣିଜ୍ୟିକ ଭବନରେ ବହୁ କାର୍ଯ୍ୟାଳୟ ରହିଛି, ଯେଉଁଥିରେ ଅଧିକାଂଶ ମେଡିକାଲ ସର୍ଜିକାଲ ଆଇଟମ୍ ବା ମେଡିସିନ୍ ସମ୍ବନ୍ଧିତ ରହିଛି । ଏବେ ବି ସେଠାରେ ଚଢାଉ ଜାରି ରହିଛି ।
ଏହା ବ୍ୟତିତ ଇମରାନଙ୍କ ନାମରେ ଥିବା ବହୁ ସ୍ଥାନରେ ଚଢାଉ ଆରମ୍ଭ କରିଦେଇଛି ଆୟକର ବିଭାଗ । ଇମରାନଙ୍କ ଭାଇ ସେୟଦ ଅରସିଦ୍ ହୁସୈନଙ୍କ ବାସଭବନ ସମେତ ଶ୍ରୀନଗର ଏଚଡିଏଫସି ବ୍ୟାଙ୍କ ନିକଟବର୍ତ୍ତି ଆଲମଗିରି ବଜାରରେ ଥିବା ଇମରାନଙ୍କ ସମ୍ପତ୍ତି ଉପରେ ରେଡ୍ ପଡିଛି ।