ଯାଜପୁର ସଦର, ୧୯/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ବ୍ରହ୍ମବରଦା ମହାବିଦ୍ୟାଳୟର ଅଧ୍ୟାପକ ଶଶିଭୁଷଣ ମହାନ୍ତୀ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତୀ ବ୍ରହ୍ମବରଦା ଷ୍ଟେଟ୍ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି କଲେଜକୁ ଦିନ ୧ଟା ବେଳେ ଯାଇଥିବା ବେଳେ ଜଣେ ତାଙ୍କ ବନ୍ଧୁଙ୍କୁ ୫୦ହଜାର ଟଙ୍କା ଶ୍ରୀ ମହାନ୍ତୀ ଦେବା ପରେ ଅବଶିଷ୍ଟ ୧.୫ ଲକ୍ଷ ଟଙ୍କାକୁ ବ୍ରହ୍ମବରଦା ଷ୍ଟେଟ୍ ବ୍ୟାଙ୍କକୁ କୌଣସି କାର୍ଯ୍ୟ ପାଇଁ ଶ୍ରୀ ମହାନ୍ତୀ ଯାଇଥିବା ବେଳେ, ବ୍ୟାଙ୍କରୁ କାର୍ଯ୍ୟ ସାରି ଟଙ୍କା ବ୍ୟାଗ୍କୁ ନିଜ ମଟର ସାଇକେଲ୍ ଡିକିରେ ରଖି ଘରକୁ ଯିବାକୁ ବାହାରିବା ସମୟରେ ନିଜ ବାଇକ୍ ହେଣ୍ଡଲରେ କିଛି ତରଳ ପଦାର୍ଥ ରଖିଥିବାରୁ ହାତରେ ଲାଗି ଯିବାରୁ ଶ୍ରୀ ମହାନ୍ତୀ ହାତରେ ଲାଗିଥିବା ତରଳ ପଦାର୍ଥ ଅଠାକୁ ଧୋଇବା ପାଇଁ ଚା ଦୋକାନକୁ ଯିବା ସମୟରେ ଡିକିରେ ରଖିଥିବା ୧.୫ଲକ୍ଷ ଟଙ୍କାକୁ ଦୃବୁର୍ତ୍ତ ମାନେ ଡିକି ଭାଙ୍ଗି ଲୁଟି ନେଇଥିଲେ । ଶ୍ରୀ ମହାନ୍ତୀ ଦେଖିଲା ବେଳକୁ ଡିକି ଭଙ୍ଗାଯିବା ସହିତ ଟଙ୍କା ଚୋରୀ ହୋଇଯିବା ଦେଖିବାକୁ ପାଇଥିଲେ । ବ୍ୟାଙ୍କ୍ରେ ଲାଗିଥିବା ସି.ସି. ଟିଭି ପୋଟେଜ୍ରେ ଶ୍ରୀ ମହାନ୍ତୀଙ୍କ ଡିକି ଭାଙ୍ଗୁଥିବା ଦୃଶ୍ୟ ସି.ସି.ଟିଭିରେ ଦୃବୁର୍ତ୍ତର ଫଟୋ ଉତ୍ତୋଳନ ହୋଇଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଚୋର ଯୁବକ ଟଙ୍କା ଲୁଟୁଥିବା ଦୃଶ୍ୟ ଫଟୋ ଉତ୍ତୋଳନ ହୋଇଯାଇଚି । ଏଥିରେ ବହୁ ଲୁଟେରାଙ୍କ ହାତ ଥିବା ସନେ୍ଧହ କରାଯାଉଚି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦାରେ ୩ଗୋଟି ବ୍ୟାଙ୍କ ରହିଥିବା ବେଳେ, ବ୍ରହ୍ମବରଦା ଅଞ୍ଚଳ ଏକ ବିଜିନେସ୍ ପେଣ୍ଠସ୍ଥଳୀ ହୋଇଥିବାରୁ ଲୁଟେରା ମାନେ ବ୍ୟାଙ୍କ ଉପରେ ତକ୍ଷ୍ଣ ନଜର ରଖିଥିବା ଦେଖିବାକୁ ମିଳିଚି । ଏହି କିଛି ଦିନ ତଳେ ଜଣେ ମହିଳାଙ୍କ ଠାରୁ ଦୃବୁର୍ତ୍ତ ମାନେ ୨୨ ହଜାର ଟଙ୍କା ଲୁଟି ନେଇଥିଲେ । ଦୃବୁର୍ତ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେହିପରି ସେହି ବ୍ରହ୍ମବରଦା ବ୍ୟାଙ୍କରୁ ଜଣେ ଭଦ୍ର ଲୋକ ଟଙ୍କା ଉଠାଇ ୫୫ ହଜାର ଟଙ୍କା ଧରି ଘରକୁ ଆସୁଥିବା ସମୟରେ ଦୃବୁର୍ତ୍ତ ମାନେ ଲୁଟି ନେଇଥିଲେ । ବାରମ୍ବାର ଏହି ଖବର ଗଣମାଧ୍ୟମରେ ପ୍ରଶାସନର ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଜିଲ୍ଲା ପୋଲିସର ବିଫଳତା ପଦାରେ ପଡ଼ିଯାଇଚି । ଶ୍ରୀ ମହାନ୍ତୀଙ୍କ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ବ୍ରହ୍ମବରଦା ଫାଣ୍ଡିରେ ଏତଲା କରିବାରୁ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣା ସ୍ଥଳରେ ପହଁଞ୍ଚô ବ୍ୟାଙ୍କର ସି.ସି.ଟିଭି ପୋଟେଜ୍ କୁ ଫାଣ୍ଡି ଅଧିକାରୀ ଶ୍ରୀ ସେଠୀ ତଦନ୍ତ କରିବା ସହିତ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣା ସ୍ଥଳରେ ପହଁଞ୍ଚô ତଦନ୍ତ କରିଥିଲେ । ଖୁବ ଶିଘ୍ର ଆସାମୀକୁ ଚିହ୍ନଟ କରାଯିବା ବୋଲି ଶ୍ରୀ ସାହୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।
ଅଧ୍ୟାପକଙ୍କ ବାଇକ୍ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ
|
December 19, 2019 |
