ଅଧୁନା ଯୁବ ସମାଜ ଦାୟିତ୍ୱ

Spread the love

ଭୁବନେଶ୍ୱର, ୨୦/୦୭/୨୦ (ସନ୍ଧାନ ନିଉଜ) : କୋରନା ଭୂତାଣୁ ପ୍ରଭାବରେ ଦେଶର ସମସ୍ତ ନାଗରିକ ଏବେ ଆତଙ୍କିତ । ତେଣୁ ଆଜିର ଦିନରେ ଛାତ୍ର ଓ ଯୁବସମାଜ ପାଇଁ ଏହାଏକ ଜରୁରୀ ସମାଜ ସେବାର ସୁଯୋଗ ସୁଷ୍ଟି କରିଛି । କୋରନା ଭୂତାଣୁରେ ଆକ୍ରାନ୍ତ ହୋଇ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଆରପାରିକୁ ଚାଲିଗଲେଣି । ଆମ ଦେଶ ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ଟପିଲାଗି । ମୁୁତୁ୍ୟ ସଂଖ୍ୟା ୨୪ ହଜାର ଛୁଇଲାଣି । ସେମାନଙ୍କ ଭିତରୁ ଅନେକ ତାଙ୍କ ପରିବାର ପାଇଁ ହୁଏତ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥାଇପାରନ୍ତି । ଟିକେ ଚିନ୍ତାକରି ଦେଖନ୍ତୁତ । ଅତିକମ୍ ରେ ବିଶ୍ୱର ୫ଲକ୍ଷ ୨୮ ହଜାରରୁ ଉଦ୍ଦ୍ୱର୍ ମୃତ ଲୋକଙ୍କ ଏପରେ ତାର ତିନି କି ଚାରି ଗୁଣ ଲୋକ ନିଶ୍ଚ୍ଖଚ୍ଛ ଭାବରେ ନିର୍ଭର କରୁଥିବା ,ସେମାନେ ସମସ୍ତ ଏବେ ନିରାଶ୍ରୟ । ଏସବୁ ଆଲୋଚନା କରି ଆପଣମାନଙ୍କୁ ଭୟଭୀତ କରାଇବା ଲକ୍ଷ ନୁହେଁ ବରଂ ସରକାରଙ୍କ ପ୍ରତିଟି ଜନହିତକାରୀ ପଦକ୍ଷେପ ପଛରେ ଦୃଢଭାବରେ ଛିଡାହୋଇ ସହଯୋଗ କରିବାକୁ ଅନୁରୋଧ । ଆଗକୁ ସଚେତନ ନହେଲେ ପରିସ୍ଥିତି ଆଣାୟନ ହେବାର ଆଶଙ୍କାକୁ ଏଡାଇ ହେବନାହିଁ । ଏପରି ଭୟଙ୍କର ସଙ୍କଟ ପୂର୍ଣ୍ଣ ସମୟରେ ଦେଶପାଇଁ ପ୍ରତ୍ୟେକ ଛାତ୍ର ଓ ଯୁବ ସମାଜର ନିଶ୍ଚିତ ଭାବରେ କିଛି ନା କିଛି ଦାୟିତ୍ୱ ଓ କର୍ତବ୍ୟ ଅଛି । ଯାହାକି ସମ୍ପୂର୍ଣ୍ଣ ନିଷ୍ଠାର ସହ ସମସ୍ତେ ପାଳନ କରିବା ଅନିବାର୍ଯ୍ୟ ।
ମୟୁରଭଞ୍ଜର ଏକ ବସ୍ତିରେ କିଛି ଲୋକଙ୍କୁ ଅକଣା ବୁଲୁଥିବା ଦେଖି ପଚାରିଲି ସେମାନେ କହିଲେ- ଆମକୁ କୋରନା ହେବନି, କୋରନା ପରିକା କେତେ ଦେଖିଛୁ । ଆଉକିଛି ଲୋକ ନିଜକୁ ଭଗବତ୍ ପ୍ରେମୀ ବୋଲି କହି କୁହନ୍ତି ( ଯାହା ଇଶ୍ୱରଙ୍କ ବରାଦ ସେଇଆ ହେବ , ମୁହଁ ଘୋଡାଇ ଚାଲିଲେ କଣ ଆମେ ବଚିଂଯିବା , ଯାହାର ଆୟୁଷ ଯେତିକି ,ସିଏ ସେତିକି ଦିନ ବଚିଂବ, ଦଣ୍ଡେ ନିମିଷେ ଥିଲେ ପ୍ରାଣ ,ନେଇନପାରେ ଜନ୍ତୁରାଣ ।ଏମାନେ ହେଲେ ପାଠୁଆ ଧର୍ମଦ୍ଧ ଅଜ୍ଞାନ ବ୍ୟକ୍ତି । ସରକାର ହାତରେ କେଇଟା ପୋଲିସ ଅଛନ୍ତି ଯେ ସେମାନେ ସମସ୍ତଙ୍କ ମୁହଁ ଉପରେ କନା ବନ୍ଧା ଅଛିକିନାହିଁ ଦେଖି ଦଣ୍ଡିତ କରିବେ । ଆମର ଲିକ ସଂଖ୍ୟା କଣ କମ୍ କି ; ଏସବୁ ସରକାର ଏପରେ ଛାଡିଲେ କିଛି ହେବନି ,ଛାତ୍ର ଓ ଯୁବ ସମାଜ ଆଗକୁ ଆସି ମହଲ, ନିଜ ଗଳି ଓ ନିଜ ସାହିର ଦାୟିତ୍ୱ ନିଅନ୍ତୁ । କିଛି ଲୋକ ଅଛନ୍ତି ଜ୍ଞାନ ବିଜ୍ଞାନ ଠାରୁ କୋଣ ଦୂରରେ । ଆଉକିଛି ସବୁ ଜାଣିଶୁଣି ବି କିଛି ମାନୁ ନାହାନ୍ତି । ପରିବା ହାଟ ,ଗ୍ରୋସରି ଆଦି ଦୋକାନରେ ଲୋକଙ୍କ ସାଙ୍ଗରେ ଲଗାଲଗି ହୋଇ ଛିଡା ହେଉଛନ୍ତି ; ଏମିତିରେ ପୋଲିସ ଆସି ଦୋକାନୀଙ୍କୁ ଗାଡିରେ ଊଠାଇ ଦୋକାନ ସିଲ୍ କରି ଚାଲିଯାଉଛି । ଏହି ଭିଡ ଭିତରେ ଦୋକାନୀ ସଉଦା ବିକିବନା ଗୋରାଖିମାନେ ଛାଡିଛାଡି ଛିଡା ହୋଇଛନ୍ତି ନା ନାହିଁ ଦେଖିବ ? ଏଥି ପାଇଁ ଲୋକକାହିଁ ? ତେଣୁ ପୋଲିସ ଗାଡିରେ ଯାଇ ଭାଗ୍ୟକୁ ଆଦରି ଥାନାରେ ବସୁଛି । ଆଉ କିଛି ଲୋକ ପୋଲିସ ସାଇରନ୍ ଶୁଣିଲେ ସାମାଜିକ ଦୂରତା ସକ୍ଷା କରି ନିର୍ଦ୍ଦାରିତ ଗୋଲେଇ ଜାଗାରେ ଫଟାଫଟ୍ ଛିଡା ହୋଇ ଯାଉଛନ୍ତି । ବେକରେ ଝୁଲୁଥିବା ମାସ୍କକୁ ଉପରକୁ ଉଠାଇ ଦେଉଛନ୍ତି । ପୋଲିସ ଦଳ ଚାଲିଗଲେ ପୁଣି ଯାହାକୁ ସେଇଆ, ପାଖାପାଖି ଲାଗିଯାଉଛନ୍ତି ଓ ମୁହଁରୁ ମାସ୍କ ବି ଖସି ଯାଇଛି । ଏତଦ୍ ବ୍ୟତୀତ ଗାଁ ଗହଳି ମଫସଲ ଅଚଂଳରେ ଗୁଣିଆ ଡାକ୍ତର ବହୁତ ଅଛନ୍ତି । ଦଣ୍ଡିସ୍,ହଇଜା,କଲେରୀ ଆଦି ରୋଗରେ ପଣାଦେଇ ଦେବାଦେବୀ ପୁଜାକରନ୍ତି । ଝଡା ଫୁଙ୍କାରେ ରୋଗ ଭଲ କରି ଦିଅନ୍ତି ବୋଲି ବିଶ୍ୱାସ କୁ ସଂସ୍କାର ମୁଣ୍ଡରେ ପ୍ରଚଣ୍ଡ ପଦାଜାତ କରି ସମାଜରୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସକରିବା ହେଲା ଛାତ୍ର ଓ ଯୁବ ସମାଜରେ କର୍ତବ୍ୟା । ଏ ସମୟରେ ଛାତ୍ର ଓ ଯୁବ ସମାଜ ଛାତ୍ର ଓ ଯୁବ ସମାଜ ଦେଶ ଏବଂ ସମାଜକୁ ସାହାର୍ଯ୍ୟ କରିବା ପାଇଁ ସ୍ୱତଃ ପ୍ରଚାର ଭାବରେ ସହଯୋଗର ହାତ ବଢାଇବା ଆବଶ୍ୟକ । ବିଶ୍ୱରେ କୋରନା ମାତିଥିବା ବେଳେ ଆମ ଭାରତରେ ତାଣ୍ଡବ ରଚିବା ଆରମ୍ଭ କଲାଣି । ରୋଗୀ ସଂଖ୍ୟା ବଢିବା ସମୟରେ ଆମ ଦେଶର ରକ୍ତ ଭଣ୍ଡାର ପୂରାଥିବା ଦରକାର । ରେଡକ୍ରସ ସାଙ୍ଗରେ ମିଶି ରକ୍ତଦାନ ଶିବିର ଆଦିର ଅୟୋଜନ କରିବା ମଧ୍ୟ ଆଜିଦିନରେ ଛାତ୍ର ଓ ଯୁବ ସମାଜର ନୈତିକ ଦାୟିତ୍ୱ । ପରିଶେଷରେ ଆଜିଦିନରେ ଛାତ୍ର ଓ ଯୁବ ସମାଜ ମନେରଖିବା ଉଚିତ୍ ଯେ , ମାନବ ସେବାହିଁ ମାଧବ ସେବା ସମାଜ ସେବା ପାଇଁ ଏପରି ସୁବର୍ଣ୍ଣ ସୁଯୋଗ ବାରମ୍ବାର ଜୀବନରେ ଆସି ନ ପାରେ । ତେଣୁ ଏହାର ଯଥାଯଥ ସଦୁପଯୋଗ କରିବାକୁ ଆଦୈ ଭୁଲନ୍ତୁ ନାହିଁ ।

Related Posts

About The Author

Add Comment