ଅତି ଅମାନବୀୟ; ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଦେଲେ ପୁଅ; ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

Spread the love

ତାମିଲନାଡ଼ୁ ୨୧/୧୨/୨୫(ସନ୍ଧାନ ନ୍ୟୁଜ): ତାମିଲନାଡ଼ୁରୁ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବୀମା ଟଙ୍କା ପାଇଁ ୨ ପୁଅ ମିଶି ନିଜ ବାପାଙ୍କୁ ଘରେ ସାପ ପୂରାଇ ମାରିଦେଇଛନ୍ତି। ତାମିଲନାଡୁର ଥିରୁବଲୁବରର ଜିଲ୍ଲାରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ସୂଚନା ମୁତାବିକ,  ପୋଥାଥୁରପେଟର ନାଲ୍ଲାଥିନିରକୁଲମ ଷ୍ଟ୍ରିଟରେ ରହୁଥିବା ୫୬ ବର୍ଷୀୟ ଗଣେଶନଙ୍କ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଛି। ସେ ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲ୍ୟାବ ସହାୟକ ଭାବରେ କାମ କରୁଥିଲେ। ୨୨ ଅକ୍ଟୋବର ସକାଳେ ଘରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ପୋଥାଥୁରପେଟ ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ସମୟରେ, ପରିବାର ସେମାନଙ୍କ ନାମରେ ନିଆଯାଇଥିବା ୩ କୋଟି ଟଙ୍କାର ବୀମା ବିରୁଦ୍ଧରେ ଏକ ଦାବି ଦାଖଲ କରିଥିଲା। ପରିବାର ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ପରସ୍ପର ବିରୋଧୀ ବୟାନ ଯୋଗୁଁ ବୀମା କମ୍ପାନୀର ସନ୍ଦେହ ସୃଷ୍ଟି ହୋଇଥିଲା। କମ୍ପାନୀ ଏନେଇ ଉତ୍ତର ଜୋନ୍ ଇନ୍ସପେକ୍ଟର ଜେନେରାଲ ଆସ୍ରା ଗର୍ଗଙ୍କ ନିକଟରେ ଅଭିଯୋଗ କରିଥିଲା। ଡିସେମ୍ବର ୬ ତାରିଖରେ, ଏହି ଘଟଣାର ତଦନ୍ତ ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ଏବଂ ପୁଅମାନଙ୍କ ଦ୍ୱାରା କରାଯାଇଥିବା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଗଣେଶନଙ୍କ ନାମରେ ଅନେକ ମହଙ୍ଗା ବୀମା ପଲିସି ରହିଥିଲା। ସେଗୁଡ଼ିକୁ ପାଇବା ପାଇଁ, ଗଣେଶନଙ୍କ ପୁଅ ମୋହନରାଜ ଏବଂ ହରିହରନ ଅନ୍ୟ ସହଯୋଗୀଙ୍କ ସହ ମିଶି ତାଙ୍କ ବାପାଙ୍କୁ ସାପ କାମୁଡା କରି ହତ୍ୟା କରିଥିଲେ। ସନ୍ଦେହର ଆଉ ଏକ ପ୍ରମୁଖ କାରଣ ଥିଲା ଯେ ଗଣେଶନଙ୍କ ମୃତ୍ୟୁର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଅକ୍ଟୋବର ୨୨ ତାରିଖ ସକାଳେ ତାଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା। ତଥାପି, ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ ଏବଂ ତାଙ୍କ ଜୀବନ ବଞ୍ଚିଯାଇଥିଲା। ତେବେ ଏହି ଘଟଣାର ଗୋଟିଏ ସପ୍ତାହ ପରେ ପୁଣି ଥରେ ତାଙ୍କୁ ସାପ କାମୁଡିବା ଏବଂ ହସ୍ପିଟାଲ ନେବାରେ ପରିବାର ଲୋକଙ୍କ ବିଳମ୍ବତା ଦର୍ଶାଉଛି କେଉଁଠି ନ କେଉଁଠି ଏହି ଘଟଣା ପଛରେ ଘର ଲୋକଙ୍କ ହାତ ରହିଛି। ପୋଲିସ ତଦନ୍ତ ସମୟରେ କଲ୍ ରେକର୍ଡ ଯାଞ୍ଚ କରିବା ସମୟରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା ଓ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି।

Related Posts

About The Author

Add Comment