ଯାଜପୁର, ତା ୧୯ା୮ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଳ୍ା । ବିଶେଷ କରି ବନ୍ୟା ଓ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତି ଘଟିଥାଏ । ଜିଲ୍ଳ୍ାରେ ସେଥିପାଇଁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକ ମାନଙ୍କ ଜୀବନ ରକ୍ଷା ଓ ସୁରକ୍ଷା ପାଇଁ ୨୬ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ଥିବା ବେଳେ ଆଊ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳକୁ ସରକାର ମଞ୍ଜୁର କରିଚ୍ଥନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଲ୍ିକ ସୂଚନା ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳର ପରିଚାଳନା ଓ ରକ୍ଷଣା ବେକ୍ଷଣ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମଲ୍ଳ୍ିକ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଆଶ୍ରୟ ସ୍ଥଳକୁ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହାର ମାନ, ସାଧାରଣ ଲୋକ ମାନଙ୍କର ଆବଶ୍ୟକତା, ବ୍ୟବହାର ଊପଯୋଗୀ, ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା, ଜେନେରେଟର, ପାଣି ବ୍ୟବସ୍ଥା ଇତ୍ୟାଦିକୁ ଊନ୍ନତ ମାନର କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳ୍ାର ବିଂଝାରପୁର ବ୍ଳ୍କର କଲ୍ୟାଣପୁର, ଟିଣା, ଜରୀ, ଦଶରଥପୁର ବ୍ଳ୍କର କୟାଁ, ଧର୍ମଶାଳା ବ୍ଳ୍କର ପାଟପୁର, ଅଣ୍ଟିଆ, ଜେନାପୁର, ଯାଜପୁର ବ୍ଳ୍କର ଭୁବନେଶ୍ୱରପୁର, ନାଥସାହି, ଭୂଇଁପୁର ଓ ଜାପଂରପୁର ଠାରେ ଏହି ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ । ଏହାର ପରିଚାଳନା ପାଇଁ ସ୍ଥାନୀୟ ସରପଞ୍ଚ, କମିଟିର ଅଧ୍ୟକ୍ଷ ରହିବାକୁ ଥିବାବେଳେ ସଂପାଦକ ଭାବେ ଜଣେ ସ୍ୱେଚ୍ଚ୍ଥାସେବୀ ରହିବେ । ଏହି କମିଟିରେ ସରକାରୀ ଓ ବେସରକାରୀ ସଦସ୍ୟ ମାନେ ରହି ପରିଚାଳନା ଓ ରକ୍ଷଣା ବେକ୍ଷଣ ପ୍ରତି ଦୃଷ୍ଟି ଦେବେ । ଅପର ପକ୍ଷରେ ଗ୍ରାମ ସ୍ତରରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବାକୁ ଶ୍ରୀ ମଲ୍ଳ୍ିକ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ, ବିଭିନ୍ନ ବ୍ଳ୍କର ଗୋୁଷ୍ଠୀ ଊନ୍ନୟର ଅଧିକାରୀ, ତହସିଲଦାର, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଳ୍ା ଜରୁରୀ ବିଭାଗର ଜିଲ୍ଳ୍ା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ବିବିଧ ସୂଚନା ଓ ସରକାରୀ ନିର୍ଦ୍ଦେଶନାମା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଳ୍ା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
ଅତିରିକ୍ତ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ
|
August 20, 2021 |
