ସୁନ୍ଦରଗଡ ତା:୧୮/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲା ର ଅତିରିକ୍ତ ଶିକ୍ଷା ଅଧିକାରୀ ସାରଂଧର ବାରିହା ସବଡେଗା ବ୍ଲକର ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସବଡେଗା ବ୍ଲକ ଶିକ୍ଷକ ସଂଘ ତରଫରୁ ତାଙ୍କୁ ପୁଷ୍ପକ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଘ ତରଫରୁ କୃଷ୍ଣଚନ୍ଦ୍ର ପଟେଲ,ଦିଗାମ୍ବର ପଟେଲ, ଅର୍ଜୁନ ରୋହିଦାଶ,ପ୍ରଶାନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ତରଫରୁ ବଡବାବୁ, ନକୁଳ ବେହେରାଙ୍କ ସମେତ ସମସ୍ତ ସି.ଆର.ସି.ସି କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ସ୍ବର୍ଗତ ଅଜୟ କୁମାର ଏକ୍କାଙ୍କ କରୋନା ଜନିତ ମୃତ୍ୟୁ ପରେ ଉକ୍ତ ପଦବିଟି ଖାଲି ରହିଥିଲା ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସବଡେଗା ବ୍ଲକର ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ କାର୍ଯ୍ୟ ଗ୍ରହଣ କଲେ
|
June 19, 2021 |
