ବାରିପଦା, ୨୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଯଶିପୁର ବ୍ଲକ୍ ଗ୍ରାମାଞ୍ଚଳର ଶହଶହ ଚାଷୀ ୟୁରିଆ ସାର ନ ପାଇ ହନ୍ତସନ୍ତ ହେଉଥିବା ବେଳେ ଆଜି ଏହି ବ୍ଲକ୍ ଅନ୍ତର୍ଗତ ଦୁର୍ଦୁରା ଗ୍ରାମରେ ଥିବା ପୋଡ଼ାଗଡ଼ ଲ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କଠାରୁ ଏ ଘଟଣାର ତଦନ୍ତ ପାଇଁ ନାମ ଯଶିପୁର ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀଙ୍କ ଠାରେ ନିର୍ଦ୍ଦେଶ ପହଞ୍ଚିଲା ପରେ ସେ ସଂପୂକ୍ତ ଲ୍ୟାମ୍ପ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲ୍ୟାମ୍ପ ରେକର୍ଡରେ ଉଲ୍ଲେଖ କରାଯାଇଥିବା ମତେ କିଭଳି ଚାରିଜଣ ଚାଷୀଙ୍କ ନାମରେ ବେଆଇନ ଭାବେ ୩୪୭ ବସ୍ତା ୟୁରିଆ ସାର ଜମ୍ଭୀ କରାଯାଇଛି ଏ ଘଟଣାର ପ୍ରେକ୍ଷାପଟ ନେଇ ସେ ତଦନ୍ତ ଆରମ୍ଭ କରିଛନ୍ତି । ପୋଡ଼ାଗଡ଼ ଲ୍ୟାମ୍ପରେ ଚାଷୀଙ୍କ ପାଇଁ ଆସିଥିବା ସାରକୁ ବିଗତ କିଛି ଦିନ ତଳେ ବିକ୍ରି କରାଯାଇଥିବା । ଦର୍ଶାଇ ଏହାର ଅନ୍ଲାଇନ୍ ରିପୋର୍ଟ ସଂପୃକ୍ତ ବିଭାଗର । ମୁଖ୍ୟ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା । ସଂପୃକ୍ତ ବିଭାଗର ଉଚ୍ଚ କର୍ତ୍ତପକ୍ଷ ତନଖି କ୍ରମେ ଜାଣିବାକୁ ପାଇଥିଲେ ଯେ ଜଣେ ଚାଷୀଙ୍କ ନାମରେ ୧୨୦ ବସ୍ତା ଓ ଅନ୍ୟ ତିନିଜଣଙ୍କ ନାମରେ ଯଥାକ୍ରମେ ୧୧୫, ୫୮ ଓ ୫୪ ବସ୍ତା ଇସୁ କରାଯାଇଛି । ଜଣେ ଚାଷୀ ନିଜ ଆଧାର କାର୍ଡ ପ୍ରଦର୍ଶନ କରି ଅତି ବେଶିରେ ୨୦ ବସ୍ତା ସାର କ୍ରୟ କରିବାର ସରକାରୀ ନିୟମ ଥିଲା ବେଳେ ଏଠାରେ ଏହାର ଖୋଲା ଉଲ୍ଲଘନ କରାଯାଇ ଲ୍ୟାମ୍ପ କତୃପକ୍ଷରୁ ମନଇଚ୍ଛା କାରବାର କରିଛନ୍ତି ବୋଲି ଉଚ୍ଚ ଅଧିକାରୀ ହୁଦୟଙ୍ଗମ କରିଥିଲେ। ଆଜି ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ କୃଷ୍ଣଚନ୍ଦ୍ର ସିଂ ଓ ସହକାରୀ କୃଷି ଅଧିକାରୀ ଶୁଭଲକ୍ଷ୍ମୀ ଦାସ ଲ୍ୟାମ୍ପରେ ପହଞ୍ଚି । ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ପୃଷ୍ଟୀକରଣ ଲୋଡ଼ିଥିଲେ । କତୃପକ୍ଷରୁ ସଫେଇ ଦେଇଥିଲେ ଯେ ଗୋଟିଏ ଗ୍ରାମ ରେ ଉଠାଣ ଚାରିପାଞ୍ଚ ଜଣ ଚାଷୀ ଆସି ସେମାନଙ୍କ ଆଧାର କାର୍ଡ ନ ଥିବାରୁ ଆଧାର କାର୍ଡ ଥିବା ଜନୈକ ଚାଷୀଙ୍କ ନାମରେ ବିପୁଳ ପରିମାଣର ସାର ଉଠାଇଛନ୍ତି। ଏମଡିଙ୍କ ଠାରୁ ସଂପୂର୍ଣ୍ଣ ବିବରଣୀ ତଲବ କରାଯାଇଛି। ଯେଉଁ ଚାରିଜଣଙ୍କ ନାମରେ ସାର ଇତ୍ସ୍ୟ କରାଯାଇଛି ସେମାନେ ପ୍ରକୃତ ଚାଷୀ କି ନୁହେଁ ସେ ସମ୍ପର୍କରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ପୂର୍ବତନ ବିଧାୟକ ନାଏକ ଦାବି କରିଛନ୍ତି।
ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀଙ୍କ ଦ୍ବାରା ତଦନ୍ତ
|
August 25, 2020 |