ଅଣ୍ଡାଖାଇବାକୁ କେନ୍ଦ୍ରକରି ଯୁବକକୁ ପିଟି ପିଟି ହତ୍ୟା ଘଟଣା : ୩ଗିରଫ

Spread the love

ଧର୍ମଶାଳା, (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ହାଟରେ ଏକ ଅଣ୍ଡାସିଝା ବିକୁଥିବା ଦୋକାନରେ ଗୁରୁବାର ଅଣ୍ଡାଖାଇବାକୁ ନେଇ ଗଣ୍ଡୋଗୋଳ ହେବା ପରେ ଯୁବକକୁ ପିଟି ପିଟଇ ହତ୍ୟା କରାଯାଇଥିବା ଘଟଣାରେ ଆଜି ଧର୍ମଶାଳା ପୋଲିସ ତିନିଜିଣଙ୍କ ଗିରଫ କରିଥିବା ଜଣାଯାଇଛି । ଏପରିକି ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଆରୁହା ଗ୍ରାମର ପିତାମ୍ବର ଦାସ ଓରଫ ବୁଧିଆ (୩୫), ଲିଟୁ ବଟ (୨୫) ଏବଂ ମକରା ବୋଲି ଜଣାପଡିଛି । ସୂଚନା ମୁତାବକ ଧର୍ମଶାଳା ଥାନା ଜାରକା ପଂଚାୟତ ଟିକରସାହି (ଜାଲସୁଖା) ଗ୍ରାମର ଗୁନ ବେହେରାଙ୍କ ପୁଅ ବିଶ୍ୱଭୁଷଣ ବେହେରା(୨୦) ଏବଂ ତାଙ୍କର ସାଙ୍ଗ ମାନସ ଦେହୁରୀ (୨୦) ବୁଧବାର ଦର୍ପଣରେ ଥିବା ତାଙ୍କର ପିଇସାଙ୍କ ଘରକୁ ଯାଇଥିଲେ । ଗତକାଲି ସେଠାରୁ ଫେରିବା ବାଟରେ ବୁଧବାର ଥିବାରୁ ଆରୁହା ହାଠ ବସିଥିଲା । ସେଠାରେ ସିଝା ଅଣ୍ଡା ଖାଇବାକୁ ଦୁହେଁ ଅଟକିଥିଲେ । ଉଭୟ ଅଣ୍ଡା ଖାଇସାରି ଦୋକାନିକୁ ଟଙ୍କାଦେଇଥିଲେ । କିନ୍ତୁ ଅଣ୍ଡାର ମୂଲ୍ୟକୁ ଦୋକାନୀ ଅଧିକ ଟଙ୍କାଟିଏ ବଢ଼ାଇବା ସହିତ ଅଧିକ ୨ଟଙ୍କା ମାଗିଥିଲା । ମାତ୍ର ଏହା ଟିକ୍ ନୁହେଁ କହିବାରୁ ଦୋକାନୀ ଏବଂ ଉଭୟ ଦୁଇସାଙ୍ଗଙ୍କ ସହିତ ପ୍ରଥମେ ବଚସା ଏବଂ ପରେ ହାତାହାତି ହୋଇଥିଲା । ପରେ ସେଠାରେ ଅଣ୍ଡାଦୋକାନୀଙ୍କ ସହିତ ଆରୁହା ଗ୍ରାମର କିଛି ଯୁବକ ଏବଂ ଦୋକାନୀ ମିଶି ଉଭୟଙ୍କୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ନେଉଥିଲେ । ଏହି ସମୟରେ ସେଠାରୁ ମାନସ ଦୌଡି ପଳାଇଆସିଥିବା ବେଳେ ବିଶ୍ୱବିଶ୍ୱଣଙ୍କ ୭ଜଣରୁ ଉର୍ଧଯୁବକ ପ୍ରବଳ ମାଡ ମାରିଥିଲେ । ଏପରକି ପାଣିରେ ବୁଡାଇଥିଲେ ମଧ୍ୟ । ଯାହା ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ଅନ୍ୟ ବହୁ ଲୋକ ଦେଖିଥିଲେ ମଧ୍ୟ ପତିବାଦ କରିନଥିଲେ । ପରେ ବିଶ୍ୱଭୂଷଣ ମୃତ ହୋଇଯିବା ପରେ ତାଙ୍କୁ ଆତ୍ନହତ୍ୟାର ରୁପଦେବାକୁ ଯାଇ ନିକଟସ୍ଥ ରେଳ ଲାଇନରେ ପକାଇଦେଇଥିଲେ । ବିଶ୍ୱଭୂଷଣଙ୍କ ଦେହରେ ବିଭିନ୍ନକ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କୁ ଖୁବୁ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment