ଅଟଳ ମିଶନ ‘ଅମୃତ’ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ

Spread the love

ଭୁବନେଶ୍ୱର, ୧୩/୧୦/୨୦୨୦ (ସନ୍ଧାନ ନିଉଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫ ରୁ ୨୦୨୦ ମଧ୍ୟରେ ୮୮୫.୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ଵର, ଭଦ୍ରକ, ବାଲେଶ୍ଵର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଏବଂ ସମ୍ବଲପୁର ଭଳି ସହର ଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି। ଏହି ଯୋଜନାରେ ପାନୀୟ ଜଳ ଯୋଗାଣ, ସ୍ଵରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଏବଂ ଅଣ- ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଲିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା (ସାପ) ଅଧୀନରେ ଓଡିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ଏବଂ ରାଉରକେଲା ସ୍ମାର୍ଟ ସିଟି ମିଶନ ସହ ସ୍ଵୟଂଚାଳିତ ଜଳ ବିଶୋଧନ ପ୍ଳାଣ୍ଟ, ପାର୍କର ବିକାଶ, ଜରୁରୀକାଳିନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହି ଯୋଜନା ଅଧୀନରେ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି ଏବଂ ଅବଶିଷ୍ଟ ୩୯ଟି ପ୍ରକଳ୍ପର କାମ ଜାରି ରହିଛି ବୋଲି ଜଣାପଡ଼ିଛି।

Related Posts

About The Author

Add Comment