ଜେନାପୁର, ୨୪/୦୧ (ସନ୍ଧାନ ନିୟୁଜ୍ /ପ୍ରଶାନ୍ତ ସାମଲ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଂଚାୟତ ବାଘୁଆବାରଣା ଗ୍ରାମ ନିକଟରେ ଗ୍ରାମର ଲୋକମାନେ ଦୀର୍ଘ ବର୍ଷ ଧରି ସଂରକ୍ଷୀତ କରି ରଖିଥିବା ଗ୍ରାମ୍ୟ ଝାଡ଼ ଜଙ୍ଗଲ ରେ ବହୁତ ବଡ ବଡ ଗଛ ଲଗାଇ ତାର ରକ୍ଷଣାବେକ୍ଷଣ ନେଇ ଗଢି ଉଠିଥିବା ସୌନ୍ଦର୍ଯ୍ୟ ମୟ ଜଙ୍ଗଲ ପରିବେଶ କୁ ବେଖାତିର କରି ଜଣେ ଆଦିବାସୀ ଯୁବକ ଗଛ ଗୁଡିକୁ କାଟି ଦେଇଥିବାର ଦେଖିବାକୁ ମିଳିଛି ।ଆଦିବାସୀ ଯୁବକ ଟିକୁ ଗ୍ରାମର ପିଲା ମାନେ ଦେଖି ଗ୍ରାମ ରେ ଜଣାଇବାରୁ ଗ୍ରାମର ସମୂହ ଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଯୁବକ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବିତ ହୋଇଛି ।ଏ ଜଙ୍ଗଲ ଜମିକୁ ପୂର୍ବ ବନ୍ଦୋବସ୍ତ ରେ ୭ ଏକର ଜମିକୁ ଜମି ମାଫିଆ ମାନେ ଚଞ୍ଚକତା କରି ହାତେଇ ନେଇଥିବାରୁ ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ମନ୍ତ୍ରୀ, ସଚିବ, ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଲିଖିତ ଆକାରରେ ଜଣା ଯାଇ ଆଇନ ଗତ ଭାବେ ଉଚ୍ଚ ନ୍ୟାୟାଳୟ ରେ ଅପିଲ କରା ଯାଇଛି ।କିନ୍ତୁ ଏହି ସବୁଜିମା ଜଙ୍ଗଲ ରେ ମଧ୍ୟ ଅନେକ ସାଳୁଆ,ପିଆସାଳ,ଗମହାରି,ଆମ୍ବ, ଲିମ୍ବ, ପରି ଗଛ ରହିଛି, ବନ୍ୟ ପ୍ରାଣୀ ମାନେ ମଧ୍ୟ ରହିଥିବା ର ଦେଖିବାକୁ ମିଳନ୍ତି, ପାଖରେ ଛୋଟ ଝରଣା ଟିଏ ପ୍ରବାହିତ ହୋଇ ଥିବାରୁ ଲୋକମାନେ ବଣଭୋଜି ର ମଜ୍ଜା ପାଇଥାନ୍ତି ।
ଜଙ୍ଗଲରେ ଗଛ କାଟୁଥିବା ସମୟରେ ଯୁବକକୁ କାବୁକଲେ ଗ୍ରାମବାସୀ
|
January 24, 2020 |
