ଅଟକ ଡମ୍ପରକୁ ଛାଡି ଫେରିଲେ ରାଜ କର୍ମଚାରୀ

Spread the love

ଖୁଣ୍ଟା, 5/11 (ସନ୍ଧାନ ନ୍ୟୁଜ୍) ;- ଖୁଣ୍ଟା ଛରେ ବୁଧବାର ପ୍ରକାଶ୍ୟରେ ଏକ ଅଟକ ବାଲି ବୋଝେଇ ଡମ୍ପରକୁ ଯାଞ୍ଚ କରାଯିବା ବେଳେ ସମ୍ପୃକ୍ତ ମାଲିକ ଡମ୍ପର ଚାବି ନେଇ ପଳାଇବାରୁ ରାଜସ୍‌ କର୍ମଚାରୀ ମାନେ ଖାଲି ହାତରେ ଫେରିଯାଇଥିଲେ। ଜନ ସାଧାରଣଙ୍କ ସମ୍ମୁଖରେ ଘଟିଥିବା ଉକ୍ତ ଘଟଣାଟି ଖୁଣ୍ଟା ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ପୂର୍ବାହ୍ନରେ ଏକ ଡମ୍ପରକୁ ଗୋପବନ୍ଧୁ ନଗର ତହସିଲର ରାଜସ୍ୱ କର୍ମଚାରୀ ମାନେ ଅଟକ ରଖୁ କାଗଜ ପତ୍ର ଯାଞ୍ଚ କରିବାକୁ ଚାହିଁବାରୁ ଡମ୍ପର ମାଲିକ ପହଚ ଉକ୍ତ ଗାଡିର ଚାବି ନେଇ ପଳାଇଥିଲେ। କର୍ମଚାରୀ ମାନେ ଫେରିଯିବା ପରେ ମାଲିକ ଘଟଣା ସ୍ଥଳରୁ ଡମ୍ପରକୁ ନେଇ ପଳାଇ ଯିବାର ଦେଖା ଯାଇଥିଲା । ଖବର ଲେଖା ହେବା ବେଳକୁ ସମ୍ପୃକ୍ତ ଗାଡି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଘଟଣା ସମ୍ପର୍କରେ ଜି ବି ନଗର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଅନୁଧ୍ୟାନ କରି ଅବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Related Posts

About The Author

Add Comment