ପାଟଣା, ୧୦/୧୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲା ଘଟଗାଁ ଥାନା କେତାଙ୍ଗ ଗ୍ରାମ ସ୍ଥିତ କେତାଙ୍ଗ-ମହୁଲଡିହା ରାସ୍ତା ନିକଟବର୍ତ୍ତୀ ଏକ ଧାନବିଲ ଭିତରୁ ଗୁରୁବାର ଜଣେ ଅଜଣା ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଫୁଲ ପ୍ୟାଣ୍ଟ ଓ ଶାର୍ଟ ପିନ୍ଧିଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ମୁହଁକୁ ପଥରରେ ଛେଚି ବିକୃତ କରିଦେଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ମୃତ ଯୁବକଙ୍କ ବୟସ ୩୦ ବର୍ଷ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଗ୍ରାମର କିଛି ଲୋକ ଆଜି ବିଲରେ ମୃତଦେହଟି ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
|
October 10, 2019 |



