ସୋର, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଅନନ୍ତପୁର ଛକ ନିକଟରେ ଥିବା ଉମା ସୁଇଟ୍ସର କର୍ମଚାରୀ ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସୋର ଅନନ୍ତପୁର ରାସ୍ତା ଅଇଁରୀ ଛକରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ବହାନଗା ବ୍ଲକ ସାହସପୁରା ଅଞ୍ଚଳର ନିରଞ୍ଜନ ସାହୁଙ୍କ ପୁଅ ରମେଶ ଚନ୍ଦ୍ର ସାହୁ(୨୯) ବିଳମ୍ବିତ ରାତିରେ ଉମା ସୁଇଟ୍ସରୁ କାମ ସାରି ଘରକୁ ଫେରୁଥିଲା । କିନ୍ତୁ ଅନନ୍ତପୁର ରାସ୍ତା ଅଇଁରୀ ଛକରେ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯାହାଫଳରେ ସେରେ ଗୁରୁତର ହୋଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରମେଶ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅଜଣା ଗାଡି ନେଇଗଲା ଜୀବନ
|
February 7, 2021 |
![](https://sandhannews.com/wp-content/uploads/2021/02/pp-39.jpg)