ରସୁଲପୁର,୨/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସତସଂଙ୍ଗ ବିହାର ଛକ ନିକଟରେ ଆଜି ସକାଳ ପ୍ରାୟତଃ ୮ଘଟିକା ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଛାତ୍ରର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ମୃତ ଛାତ୍ରର ଘର ଏହି ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତ ବିଲିପଡା ଗ୍ରାମର ପରିକ୍ଷିତ ଦାଶଙ୍କ ପୁଅ ପତିତପାବନ(୧୬) ବୋଲି ଜଣାପଡିଛି । ମୃତ ଛାତ୍ର ଓ ତାର ଭଉଣୀ କୁଆଖିଆକୁ ପାଠ ପଢିବାକୁ ସାଇକେଲରେ ଯାଉଥିଲେ । ଭାଇ ସାଇକେଲରେ ଆଗରେ ଯାଉଥିବା ସମୟରେ ତା ପଛରେ ଆଉ ଏକ ସାଇକେଲରେ ଯାଉଥିଲେ । ଏକ ଅଜଣାଗାଡି ଦ୍ରୁତଗତିରେ ଆଜି ପତିତପାବନ ସାଇକେଲକୁ ଫଛପଟୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରେ ଛିଟିକି ପଡି ପ୍ରାଣ ହରାଇଥିଲେ । ଭାଉଣୀ ଏହି ଦୃଶ୍ୟଦେଖି ହତବାକ୍ ହୋଇଯାଇଥିଲେ । ଏ ସଂପର୍କରେ ଜାଣିବାକୁ ପାଇ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣା ସ୍ଥଳରେ ପହଁଚି ଛାତ୍ରକୁ ଉଦ୍ଧାରକରି ଏକ ଅମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ଡାକ୍ତରଖାନାରେ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂପର୍କରେ କୁଆଖିଆ ଥାନାରେ କେସ୍ ନଂ-୮୭/୧୯ରରେ ଏକ ମାମଲା ରୁଜୁ କରାଯାଇଛି ।
ଅଜଣା ଗାଡି ଧକ୍କାରେ ଛାତ୍ର ମୃତ, ଭଉଣୀ ଆଗରେ ଭାଇ ଉପରେ ଗାଡି ଚଢିଗଲା
|
April 2, 2019 |