ଅଙ୍ଗୀକାର ବଦ୍ଧତାରେ ବିକାଶ ସମ୍ଭବ

Spread the love
ଭୁବନେଶ୍ୱର,୨୦/୦୩ (ସନ୍ଧାନ ନିଉଜ) ଅଙ୍ଗୀକାରବଦ୍ଧତାରେ ବିକାଶ ସମ୍ଭବ-ଆଜି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖାଦ୍ୱାରା ଆହୂତ ତୃତୀୟ ଇ-ପାଠଚକ୍ର ରେ । ପ୍ରଗତିର ସ୍ୱର ଶୀର୍ଷକ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ଶନିବାର ସଂଧ୍ୟା  ୬.୦୦-୭.୦୦ ମଧ୍ୟରେ ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟବକ୍ତା ଋପେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଗଦାଧର ପରିଡା ଯୋଗଦେଇ ବ୍ରିଟିସ୍ ଅମଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ କିଭଳି ଉପେକ୍ଷିତ, ଅମଲାତାନ୍ତ୍ରିକ ଦୁରଦୃଷ୍ଟିର ଅଭାବ,ଅଙ୍ଗୀକାର ବଦ୍ଧତାର ଅଭାବ କିଭଳି ବିକାଶର ପରିପନ୍ଥୀ ସାଜୁଛି ତଥା ମାନବୀୟ ସମ୍ବଳ ତଥା ପ୍ରାକୃତିକ ସମ୍ବଳକୁ କିଭଳି ବହୁଜନ ହିତାୟ ଏବଂ ବହୁଜନ ସୁଖାୟରେ ବିନିଯୋଗ କରି ଏକ ସଚେତନତା ଯୁକ୍ତ ଜନମାନସର ଗଠନ କରାଯାଇ ବିକାଶ କୁ ହାସଲ କରାଯାଇପାରିବ ସେହି ଉପରେ ମତ ରଖିଥିଲେ । “କୋରାପୁଟରେ ବିକାଶ ପ୍ରତି ଆହ୍ୱାନ” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ଅରୁଣ କୁମାର ତ୍ରିପାଠୀ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୁବପିଢିଗଣ ଯୋଗଦେଇ ଏହି ଜ୍ଞାନଯଜ୍ଞକୁ ସଫଳ କରେଇଥିଲେ ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ଅଧ୍ୟାପକ ସରୋଜ ପ୍ରହରାଜ । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଶ୍ରୀ ମନୋରଂଜନ ପଣ୍ତା ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment