ଧର୍ମଶାଳା ୧୭ /୦୧/୨୦୨୦ (ସନ୍ଧାନ ନିଉଜ): ଧର୍ମଶାଳା ଥାନା ମଙ୍ଗଳପୁର ପଞ୍ଚାୟତରେ ଜଣେ ୪ ବର୍ଷର ଅଙ୍ଗନବାଡ଼ି ଛାତ୍ରୀ ପ୍ରତି ଦୁଷ୍କର୍ମ ଅଭିଯୋଗ ନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି । ଗତକାଲି ୧୦ଟା ବେଳେ ମଙ୍ଗଳପୁର ଅଙ୍ଗନବାଡ଼ି-୨ କେନ୍ଦ୍ରକୁ ଜନୈକ ଛାତ୍ରୀ ପଢ଼ିବାକୁ ଯାଇଥିଲେ । ଦିନ ପ୍ରାୟ ୧୧ଟାରେ ଅନ୍ୟ ସହପାଠୀମାନେ ଅଣ୍ଡା ଖାଇବାକୁ ବାହାରକୁ ଆସିଥିବା ବେଳେ କିଛି ସମୟ ପରେ ଏହି ପୀଡ଼ିତା ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ରୁମ୍ ମଧ୍ୟରୁ ବାହାରକୁ ଆସିଥିଲେ । ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ଛାତ୍ରୀଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ବୁଝାବୁଝି କରିବା ସହ ଛାତ୍ରୀଟିର ଦେହ ଓ ପୋଷାକରେ ରକ୍ତ ଲାଗିଥିବା ଦେଖିଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ ଧର୍ମଶାଳା ଡାକ୍ତରଖାନାରେ ଝିଅର ଚିକିତ୍ସା କରାଇବା ପରେ ଆଜି ଅପରାହ୍ଣରେ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ନାବାଳକକୁ ସନ୍ଧ୍ୟାରେ ଥାନାକୁ ଆଣି ପଚରାଉଚରା କରି କୋର୍ଟ ଚାଲାଣ Report- Gopinatha Das
ଅଙ୍ଗନବାଡ଼ି ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ କୋର୍ଟ ଚାଲାଣ : ଅଙ୍ଗନବାଡି ଶିକ୍ଷୟତ୍ରୀ କରୁଥିଲେ କଣ; ତୁରନ୍ତ ବହିଷ୍କାର ଦାବି
|
January 17, 2020 |



