ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ନିମ୍ନମାନର ଛତୁଆ ଯୋଗାଣ ନେଇ ଅଭିଯୋଗ

Spread the love

ଯାଜପୁର, ୯/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲାର ବଡ଼ଚଣା ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୧୧, ୧୨ ଓ ୧୩ ୱାଡ଼ ରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଛତୁଆ ପ୍ରଦାନ ନେଇ ଶୁକ୍ରବାର ଦିନ ବଡ଼ଚଣା ଗ୍ରାମୀଣ ଶିଶୁ ବିକାଶ ଅଧିକାରୀ (ସି.ଡ଼ି.ପି.ଓ)ଙ୍କ ନିକଟରେ ଗ୍ରାମବସାୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ହେବ ଏଠାକୁ ଯୋଗାଣ ହେଉଥିବା ଛତୁଆ ଅତି ନିମ୍ନମାନର ହୋଇଥିଲା ବେଳେ ସେଥିରେ କୁଣ୍ଡା ଓ ଚୋକଡ଼ ମିଶାଯାଇଥିବା ଦେଖାଯାଇଛି । ଗତ କିଛି ଦିନ ତଳେ ଯୋଗାଣ ହୋଇଥିବା ଛତୁଆରେ ପୋକ ସାଳୁବାଳୁ ହେଉଥିବା ଦେଖାଯାଇଛି । ଗତ ୧ ତାରିଖରେ ଅଙ୍ଗନବାଡ଼ି କର୍ମୀ ଶିଶୁମାନଙ୍କୁ ଦେଇଥିବା ୧୭ଶହ ଗ୍ରାମର ଛତୁଆ ପ୍ୟାକେଟ୍ ଖୋଲିଲା ପରେ ସେଥିରୁ ଲାଙ୍ଗୁଡ଼ିଆ ପୋକ ବାହାରିଥିଲା । ଫଳରେ ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ । ଛୋଟ ଛୋଟ ଶିଶୁମାନଙ୍କର ପୃଷ୍ଟିସାଧନ ପାଇଁ ସେମାନଙ୍କୁ ଏହି ଛତୁଆ ଯୋଗାଣ ହେଉଥିବା ବେଳେ ତାହା ଅତି ନିମ୍ନମାନର ହୋଇଥିବାରୁ ଶିଶୁମାନଙ୍କ ଜୀବନ ପ୍ରତି ଏହା ବିପଦ ବୋଲି ଲୋକେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ଛତୁଆ ଯୋଗାଣକାରୀ ସଂସ୍ଥା ସାଇବାବା ଏସ.ଏସ.ଜି ଏଭଳି ନିମ୍ନମାନର ଛତୁଆ ଯୋଗାଇ ଶିଶୁମାନଙ୍କ ଜୀବନ ସହ ଖେଳ ଖେଳୁଥିବା ଲୋକେ ଅଭିଯୋଗ କିର ସେହି ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଓ ଛତୁଆର ଉପଯୁକ୍ତମାନ ମାନ ପରୀକ୍ଷଣ ପାଇଁ ଲୋକେ ଦାବୀ କରିଛନ୍ତି । ଏ ସମ୍ପର୍କରେ ସି.ଡ଼ି.ପି.ଓ କୁସୁମ ମହାରଣାଙ୍କୁ ପଚାରିବାରୁ ଲୋକମାନଙ୍କର ଅଭିଯୋଗପତ୍ର ମୋତେ ମିଳିଛି ଏହା ଉପରେ କାର୍ଯ୍ୟାନୁଷ୍ଟାନ ହେବ ବୋଲି ସେ କହିଛନ୍ତି ।

Related Posts

About The Author

Add Comment