ଯାଜପୁର, ୧୯/୩ (ସନ୍ଧାନ ନିଉଜ/ଜେ ରାଉତ) : ରସୁଲପୁର ତହସିଲ ଅନ୍ତର୍ଗତ ନରସିଂପୁର ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ଥ ରାହାମ୍ବା ପଂଚାୟତ ମିର୍ଜାପୁର ଗାଁର ଅଗ୍ନି ବିପନ୍ନକୁ ଆଜି ଅପରାହ୍ନରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଭେଟି ଆଲୋଚନା କରିଛନ୍ତି । ବିପନ୍ନଙ୍କ ଦୁଃଖ ଓ ବ୍ୟଥା କାହାଣୀ ଶୁଣିବା ପରେ ଯାହା ସମ୍ଭବ ସବୁ ସରକାରୀ ସହାୟତା ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।
ଘଟଣାରୁ ପ୍ରକାଶ ସୋମବାର ଅପରାହ୍ନରେ ଚୁଲି ନିଆଁରୁ ଝୁଲ ଉଡି ଚାଳରେ ପଡିବାରୁ ୨ଟି ସଂଖ୍ୟାଲଘୁ ପରିବାରର ଘର ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର ଭୟବହତାରୁ ଘର ଗୋଟିଏ ବି ହେଲେ ଜିନିଷ ପଦାକୁ ବାହାର କରାଯାଇ ପାରିନଥିଲା । ରସୁଲପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିବାରୁ ସବୁ ଜଳି ଯାଇଥିଲା । କ୍ଷତିଗ୍ରସ୍ତ ଅବଦୁଲ୍ କାଦିର, ସେକ୍ ସାଦିର ଅତ୍ୟନ୍ତ ଦିରଦ୍ର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଅଂଚଳରେ ଦାବି ହେଉଛି । ଏ ସଂପର୍କରେ ଖବର ପ୍ରସାରଣ ପରେ ତହସିଲଦାରଙ୍କ ବହୁ ବ୍ୟସ୍ତତା ସତ୍ୱେ ସେ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଆସିଛନ୍ତି । ସେ ଯତିଗ୍ରସ୍ତ ପରିବାରକୁ ଲୁଗାପଟା ଓ ବାସକୁସନ ଜଳି ଯାଇଥିବା ବାବଦକୁ ପରିବାର ପିଛା ୪୧୦୦ଟଙ୍କା ପ୍ରଦାନ କରାଯିବ । ଏଥିସହ ନିଆଁରେ ପୋଡି ହୋଇଯାଇଥିବା କୁକୁଡା ଓ ଛେଳି ଜୀବନ୍ତ ଦଗ୍ଧ ହୋଇଥିଲେ । ସେ ଦିଗରେ ବ୍ଲକ ପ୍ରାଣି ଚିକିତ୍ସାଧିକାରୀ ରିପୋର୍ଟ ଦେବା ପରେ ସହାୟତା ପ୍ରଦାନ କରାଯିବ । ବାସହୀନ ପରିବାରକୁ ସରକାରୀ ଗୃହ ପାଇଁ ସହାୟତା ପ୍ରଦାନ ନିମନ୍ତେ ତହସିଲଦାର ଭୂବଜବଳ ରସୁଲପୁର ବିଡିଓଙ୍କୁ ପତ୍ର ଜରିଆରେ ଅନୁରୋଧ କରିବେ ବୋଲି ଜଣାଇଛନ୍ତି । ଉକ୍ତ ପରିଦର୍ଶନ ସମୟରେ ସୁପରଭାଇଜର ମହେଶ୍ୱର ସେଠୀ ଉପସ୍ଥିତ ଥିଲେ ।
ଅଗ୍ନି ବିପନ୍ନ ଦୁଇପରିବାରୁ ଭେଟିଲେ ତହସିଲଦାର, ସରକାର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୃତି
|
March 19, 2019 |