ଅଗ୍ନି କାଣ୍ଡରେ ଦୁଇ ବଖରା ଜଳିଗଲାନିଆଁରେ ପୋଡିହୋଇ ଗୋଟିଏ ଗାଇ ମୃତଡେରିରେ ଦମକଳ ପହଞ୍ଚିବାକୁ ନେଇ ଅସନ୍ତୋଷ

Spread the love

ଯାଜପୁର ସଦର, ୩୧/୩/୨୬ (ସନ୍ଧାନ ନ୍ୟୁଜ )  :ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତସ୍ତ କମାରଡ଼ିହି ଗ୍ରାମର ସ୍ବର୍ଗତ ଶରତ ଯେନାଙ୍କ ପୁଅ ଶାନ୍ତନୁ ଯେନାଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘୁଆଳ ଘର ଓ ଅନ୍ୟ ଗୋଟିଏ ଘର ସମ୍ପୂର୍ଣ୍ଣ ଜଳିଯାଇଛି |ଅଗ୍ନି କାଣ୍ଡ ସମ୍ପର୍କରେ ଦଶରଥପୁର ଦମକଳ ବାହିନୀକୁ ଖବର ଦିଆଯାଇ ଥିଲେ ମଧ୍ୟ ୨ ଘଣ୍ଟା ବିଳମ୍ବରେ ଦମକଳ ପହଞ୍ଚିଥିବା ବେଳେ ସେତେବେଳକୁ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା | ଘର ଭିତରେ ଥିବା ସମସ୍ତ ଆସ ବାସ ପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁସ ହୋଇଯାଇ ଥିବା ବେଳେ ଘୁଆଳ ଘରେ ଥିବା ୩ ଟି ଗାଇ ଅଧା ପୋଡା ହୋଇ ପଦାକୁ ବାହାରି ଯାଇଥିବା ବେଳେ ଗୋଟିଏ ଗାଇ ଘୁଆଳୁ ବାହାରି ନପାରି ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିଲା | ଗ୍ରାମବାସୀ ମାନଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇ ଥିଲା | ଅଗ୍ନି କାଣ୍ଡର କାରଣ ସ୍ପଷ୍ଟ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ ସଟ ସର୍କିଟ ରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି |ଅଗ୍ନି କାଣ୍ଡର ଖବର ପାଇ କମାରଡ଼ିହି ପଞ୍ଚାୟତର ଯୁବନେତା ଟୁନା ବିଶ୍ୱାଳ, ଗଙ୍ଗାଧର ଯେନା, ଶ୍ରୀନାଥ ଯେନା, ନିମାଇଁ ଯେନା, ସରୋଜ କୁମାର ପଣ୍ଡା, ରଞ୍ଜିତ କୁମାର ପଣ୍ଡା, ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ଦୀପକ କୁମାର ବାରିକ, ପ୍ରତାପ କୁମାର ନାୟକ ପ୍ରମୁଖ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣେଇବା ସହ ତୁରନ୍ତ ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି କରିଛନ୍ତି |

Related Posts

About The Author

Add Comment