ଭଣ୍ଡାରିପୋଖରୀ, ୧୨/୦୪/୨୦୨୧ (ସନ୍ଧାନ ନିଉଜ) ଭଣ୍ଡାରୀପୋଖରୀ ମଂଜୁରୀରୋଡ ନିକଟସ୍ଥ ତେନ୍ତୁଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶ୍ରୀ ଚୈତନ୍ଯ ସାହୁ ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଚନ୍ଦ୍ର ମାଝି ଦୁଇ ପରିବାର ର ବ୍ଯାପକ କ୍ଷୟ କ୍ଷତି ହୋଇଛି ।ଏପରିକି ଚୈତନ୍ଯ ସାହୁଙ୍କ ୫ ବଖରା ଘର ସହ ଦୁଇଟି ଛଣ ବଦାଡି ସମ୍ପୁର୍ଣ୍ଣ ଭସ୍ମ ହୋଇଯାଇଛି । ବିପନ୍ନ ଦୁଇ ପରିବାର ପଲିଥିନ୍ ତଳେ ଅତି ଦୟନୀୟ ଭାବରେ ଜୀବନ ଅତିବାହିତ କରୁଛନ୍ତି । ସ୍ବାମି ବିବେକାନନ୍ଦ ଲୋକ ସଂସଦ ଭଣ୍ଡରିପୋଖରୀ ଶାଖା ତରଫରୁ ସଂପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ସ୍ବେଛାସେବୀ ଦଳ ବିପନ୍ନ ଦୁଇ ପରିବାର ପାଖରେ ପହଞ୍ଚି ପରିବାର ଦ୍ବୟକୁ ଆର୍ଥିକ ରାଶି ସହାୟତା ପ୍ରଦାନ କରିବା ସହ , ଧୋତି, କମ୍ବଳ, ଶାଢୀ ପ୍ରଦାନ କରି ସମବେଦନା ଜଣାଇଥିଲେ । ଏହି ସ୍ବେଛାସେବୀ ସଂଗଠନ ତରଫରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ୍ ଚନ୍ଦ୍ର ଜେନା,ପ୍ରଧାନ ଶିକ୍ଷକ ଉଦୟନାଥ ରାଉତ୍, ଶିକ୍ଷକ ପବନ କୁମାର ନାୟକ , ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ ଅଧ୍ଯାପକ ଶ୍ରୀ ବିନାୟକ ଘୋଷ ଯୋଗୀ ଶ୍ରୀପତି ମୁନୀ , ହୃଷିକେଶ ବାରିକ , ଶିଳ୍ପୀ ଗଜେନ୍ଦ୍ର ସାହୁ ପ୍ରମୁଖ କ୍ଷେତ୍ର ପରିଦର୍ଶନ ସହ ବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ । ସୂଚନା ଯୋଗ୍ଯ ଅଗ୍ନିକାଣ୍ଡରେ କ୍ଷୟ କ୍ଷତି ପରିବାର ଦ୍ବୟର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ସେମାନେ ଗ୍ରୀଷ୍ମ କାଳୀନ ପଲିଥିନ୍ ତଳେ ଜୀବନ ଦୁର୍ବିସହ ହୋଇଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ଅଗ୍ନି ବିପନ୍ନ ଏହି ପରିବାର କୁ ସହାୟତା ର ହାତ ବଢାଇବା ପାଇଁ ସଂସଦ ପକ୍ଷରୁ ଗଣମାଧ୍ୟମ ଦ୍ବାରା ନିବେଦନ କରାଯାଇଛି। Report- M Rout
ଅଗ୍ନିକାଣ୍ଡ ବିପନ୍ନକୁ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ସହାୟତା
|
April 13, 2021 |