ଅଗ୍ନିକାଣ୍ଡ: ଦୁଇ ବଖରା ଘର ସହ ସମସ୍ତ ଆସବାସ ପତ୍ର ପେଡ଼ି ପାଉଁଶ

Spread the love

ବଡ଼ଚଣା, ୨୬/୩/୨୦୨୧ ( ନରହରି ବିହାରି/ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ନିକଟବର୍ତ୍ତୀ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଚଣ୍ଡିତଳ ଗ୍ରାମ ର ମୂଷା କେଳା ସାହିରେ ଗମା ମୁଣ୍ଡା ଘରେ ରେଷାଇ ଚୁଲି ରୁ ନିଆଁ ଲାଗି ଦୁଇ ବଖରା ଘର ପୋଡି ଯିବା ସହ ସମସ୍ତ ଆସବାସ ପତ୍ର ପେ।ଡି ପାଉଁଶ ହେ।ଇ ଯାଇଛି। ସୂଚନା ରୁ ପ୍ରକାଶ ଯେ ଗମା ମୁଣ୍ଡା କାମ କରି ବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ରେଷାଇ ବସାଇ ଗାଧେଇ ଯାଇଥିଲେ। ପାଖ ପଡେ଼ାଶୀ ତାଙ୍କ ଘରେ ନିଆଁ ଲାଗି ଥିବା ଦେଖି ପାଖ କୂଅ ରୁ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଅଗ୍ନି ଶମ ଅଧିକାରୀ ମାନଙ୍କୁ ଜଣାଇବାରୁ ଅଗ୍ନି ଶମ ବିଭାଗ ପକ୍ଷରୁ ନିଆଁ ଲିଭାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତ ଆସବାସ ପତ୍ର ପେ।ଡି ପାଉଁଶ ହେଇଯାଇଥିଲା।

Related Posts

About The Author

Add Comment