ଧର୍ମଶାଳା, ୭/୪ (ସନ୍ଧାନ ନିୟୁଜ/ମାନସ ରାଉତ) ଗତକାଲି ବିଳମ୍ବିତ ରାତିରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ଭଖରୁରୁ ଉର୍ଦ୍ଧ ଚାଳଛପର ଘୋର ପୋଡି ଯିବା ସହ ଏଥିରେ ବାସ କରୁଥିବା ୪ପରିବାର ସର୍ବସାନ୍ତ ହୋଇପଡିଛନ୍ତି । ଏହି ତହସିଲର ସୁନ୍ଦରିଆ ପଂଚାୟତ ସାରୋଇ ଗ୍ରାମର ଯୁଧିଷ୍ଟିର ମଳିକ ୨ଭଖରା, ନବକିଶୋର ମଳିକ, ଭଗ୍ୟଧର ମଳିକଙ୍କ ଗୋଟିଏ ଲେଖାଏଁ ଘର ପୋଡି ଯାଇଛି । ଅଗ୍ନିକାଣ୍ଡର ପକୃତ କାରଣ ଜଣପଡିନଥିବା ବେଳେ ବିଦୁ୍ୟତ ସର୍ଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି । ରାତି ୧ଟା ବେଳେ ହଠାତ ଘରର ପଛ ପାଖରେ ନିଆଁ ଲାଗି ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଚଣ୍ଡିଖୋଲ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲେ ସୁଧା ଫୋନ ଲାଗିନଥିଲା । ଫଳରେ ଗ୍ରାମବାସୀ ନିଆଁ ନିଭାଇବାକୁ ଚେଷ୍ଟା କରିଥିଲେ ସୁଧା ଆୟତ୍ତ କରିପାରିନଥିଲେ । ସକାଳୁ ଯାଇ ଦମକଳ କେନ୍ଦ୍ରକୁ ସୂଚାନା ଦେବାରୁ ଦମକଳ କେନ୍ଦ୍ର ତରଫରୁ ଘଟଣସ୍ଥଳକୁ ଆସି ଅନୁଧ୍ୟାନ କରିଫେରିଛନ୍ତି । ସେହିପରି ଅଗ୍ନକାଣ୍ଡରେ ତିିନିଭାଇଙ୍କର ଘରର ସମସ୍ତ ଆସବାପତ୍ର, ଲୁଗାପଟା, ନଗଦ ଟଙ୍କା, ଫ୍ୟାନ, ମଟର, ବାସନକୁସନ ଆଦି ପୋଡିଯାଇଥିବା ଜଣାଯାଇଛି । ମାତ୍ର ଦମଳକ କେନ୍ଦ୍ରର ଫୋନ ନଲାଗିବା କରରଣୁ ନିଆଁକୁ ଆୟତ୍ତ କରିହେଲା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେହିପରି ଜେନାପୁର ଥାନା ଅନ୍ତର୍ଗତ ବାରକଣା ଗ୍ରାମର ଦୁଃଖୀବନ୍ଦୁ ମଳିକଙ୍କରତିନିଭଖରା ଚାଳ ଛଫର ଘର ସହ ଘର ଥିବା ସମସ୍ତ ଆସବାପତ୍ର ପୋଡି ଯାଇଥିବା ଜଣାଯାଇଛି । ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ତାଜା ଖବର
- କେନ୍ଦ୍ରୀୟ ବିଦ୍ୟାଳୟ ୧ ସମ୍ବଲପୁର ରେ କ୍ରିକେଟ ପ୍ରତିଯୋଗିତା
- ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ
- ସମ୍ବଲପୁରରେ ସ୍ଥାପନା ହେଲା ଡଫ୍ଲର ପାଣିପାଗ ରାଡାର
- ଜମନକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଅନୁଷ୍ଠିତ
- ନୂଆବର୍ଷରୁ ପ୍ରତିମାସ ମିଳିବ ରାସନ ସାମଗ୍ରୀ
- ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାତର ବିଶ୍ୱକୁ ଦିଗଦର୍ଶନ ଦେବ ତାହା ଆଗମୀ ପିଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ: ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଡି.ୟୁ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
- କଲାଣ୍ଡରେ ଉଦଯାପିତ ହେଲା ୪୬ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ
- ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ
- ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା
- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା