ବୈପାରିଗୁଡା.୨୦/୫ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ର ବାରିଆଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି | ଘରେ ପରିବାର ସମସ୍ତ ସଦସ୍ୟ ଶୋଇଥିବା ସମୟରେ କୌଣସି ଏକ କାରଣରୁ ସେହି ଘରେ ନିଆଁ ଲାଗିଯାଇଥିଲା | ଭାଗ୍ୟବସତ କୋଣସି ଜୀବନ ହାନି ହୋଇ ନଥିବା ଘର ର ମୁରବି ଲଳିତ ଗୌଡ଼ ଙ୍କ ପୁତ୍ର ଶ୍ୟାମ ଗୌଡ଼ ପ୍ରକାଶ କରିଛନ୍ତି | ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ସାମଗ୍ରୀ ଧାନ,ଚାଉଳ,ମାଣ୍ଡିଆ, ଆସବାବପତ୍ର, ଲୁଗାପଟା,ସୁନା ଦୁଇ ତୁଳା, ଜରୁରୀ କାଗଜପତ୍ର, ପିଲାଙ୍କ ଖାତା ବହି ସମେତ ନଗଦ ୨୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ବିଶେଷ କିଛି ଫଳ ମିଳିଲା ନାହିଁ, ବହୁ କଷ୍ଟ ପରେ ନିଆଁକୁ କାବୁ କରାଯାଇଥିଲା, କିନ୍ତୁ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ବେଳେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି | ଏହି ଘଟଣାରେ ଘର ମାଲିକଙ୍କ ପରିବାର ସହ ଗ୍ରାମବାସି ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି | କୁଲି କାମ କରି ଲଳିତ ଗୌଡ଼ ୬ଜଣ ସଦସ୍ୟଙ୍କୁ ନେଇ ନିଜ ପରିବାର ଚଲାଉଥିବା ବେଳେ ଏବେ ଅସହାୟ ହୋଇପଡିଛନ୍ତି | ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାରକୁ ସହାୟତା କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି |
ରିପୋର୍ଟ – ସରୋଜ କୁମାର ଲେଙ୍କା ।
Related Posts
About The Author
Add Comment