ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନ ବାତିଲ

Spread the love

ନୂଆଦିଲ୍ଲୀ, ୨୫/୦୬/୨୦ (ସନ୍ଧାନ ନିଉଜ) : ଭାରତୀୟ ରେଳବାଇ ଗୁରୁବାର ଦିନ ଜାରି ବିଜ୍ଞପ୍ତିରେ ଅଗଷ୍ଟ ୧୨, ୨୦୨୦ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନକୁ ବାତିଲ କରିଛି। ସମସ୍ତ ସ୍ୱତନ୍ତ୍ର ରାଜଧାନୀ, ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଜାରି ରଖିବ।

ରେଲୱେ ବୋର୍ଡ ବିଜ୍ଞପ୍ତିରେ କହିଛି, “ନିଷ୍ପତ୍ତି ହୋଇଛି ଯେ ମେଲ ଏବଂ ଏକ୍ସପ୍ରେସ, ଯାତ୍ରୀ ଏବଂ ଉପନଗର ସେବା ସହିତ ନିୟମିତ ରେଳ ଯାତ୍ରୀ ସେବା ୧୨-୦୮-୨୦୨୦ ପର୍ଯ୍ୟନ୍ତ ବାତିଲ ହୋଇଛି।

ମେ ୧୫ ରେ ଜାରି ବିଜ୍ଞପ୍ତିରେ ରେଳବାଇ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ଟ୍ରେନ୍ ବାତିଲ କରି ଟିକେଟ୍ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଜୁଲାଇ ୧ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ମଧ୍ୟ ବାତିଲ କରାଯାଇଛି।

Related Posts

About The Author

Add Comment