ଅଗଷ୍ଟ୧୫ତାରିଖରେ ଜିଲ୍ଲାରେ ସଟ ଡାଉନ କୁ କୋହଳ କରାଯିବା ପାଇଁ ଜିଲ୍ଲାପ୍ରଶାସନ ର ଘୋଷଣା

Spread the love

ମାଲକାନଗିରି, ୧୩/୦୮/୨୦ (ସନ୍ଧାନ ନିଉଜ) : ମହାମାରି କରୋନା ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ବ୍ୟାପି ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲାଣି, କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ଅଚଂଳକୁ ପ୍ରତି ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି ଏହା ଅଗଷ୍ଟମାସ ୩୧ତାରିଖ ପର୍ଯ୍ୟନ୍ତ ଜାରିରହିବ ବୋଲି ନିସ୍ପତି ନିଆଯାଇଥିଲା । ଆସନ୍ତା ଶନିବାର ଦିନ ସ୍ୱାଧିନତା ଦିବସ ପଡୁଥିବାରୁ କୋଭିଡ ନିୟମ ପାଳନ କରି ନିରାଡମ୍ବର ସହକାରେ ଏହି ଦିବସ ପାଳନ ସହ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସପାଳନ କରାଯାଉଥିବାରୁ ଅଗଷ୍ଟ୧୫ତାରିଖ ଶନିବାର ଦିନରେ ସଟଡାଉନ କୁ ଦିନ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ନିସ୍ପତି ନିଆଯାଇଛି ।ସରକାରି ଓ ବେସରକରି ଅନୁଷ୍ଟାନ ଗୁଡିକରେ କେବଳ ଜାତୀୟପତକା ଉତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯିବ,ସ୍ୱାଧିନତା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଜନଗହଳି କୁ ବାରଣ କରାଯାଇଛି, କେବଳ୧୦ଜଣ ଏହିକାର୍ଯାକ୍ରମରେ ଯୋଗ ଦେଇ ମାସ୍କପରିଧନ ସହ ସାମାଜିକ ଦୂରତା ଅବଲମ୍ବନ କରି ସ୍ୱାଧିନତା ଦିବସ ପାଳନ କରିପାରିବେ ବୋଲି ଜିଲ୍ଲାପ୍ରଶାସନ ପ କ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାସ୍ତର ସ୍ୱାଧିନତା ଦିବସରେ କେବଳ ପୁଲିସ ବ୍ୟାଣ୍ଡପାର୍ଟୀ ଓ ଜାତୀୟସଂଗୀତ ଗାନ ମାଧ୍ୟମରେ ପଚାଂୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଉପସ୍ଥତିତରହି ଜାତୀୟପତକା ଉତୋଳନ କରି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡିଛି ।

Related Posts

About The Author

Add Comment