ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଯୁବ ସମ୍ମଳନୀ

Spread the love

ଧର୍ମଶାଳା, ୧୧/୮(ଆପ୍ର)ଧର୍ମଶାଳା ବ୍ଲକ ଜାରକାସ୍ଥିତ ପ୍ରୟାଗ ମଣ୍ଡପ ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଏକ ଯୁବ ସମ୍ମଳନୀ ଏବଂ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜସେବୀ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସାଧରଣ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ କଳ୍ପତରୁ ନାୟକ, ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ସାହତ୍ୟ ସାଧନା ଉପରେ ଆଲୋଚନା କରିବା ସହିତ ଯୁବ ସାହିତି୍ୟକ ମାନେ କୌଣସି ଲାଳସା ଲୋଭ ନରଖି ସାହିତ୍ୟ ରଚନା କରିଚାଲନ୍ତୁ ବୋଲି ମତ ଦେବା ସହିତ ଲୁପ୍ତ ହେଉଥିବା ଅନେକ ପୁରାତନ ସାହିତ୍ୟର ପୁନଃଲିଖିନର ଅବାଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ସାହିତ୍ୟ ବ୍ୟକ୍ତିକୁ ଉଚ୍ଚକୁ ନେଇପାରେ ବୋଲି ଆଲୋନାରେ ମତପ୍ରକାଇ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କବି ତୃହିନାଂଶୁ ରଥ, ବଳରାମ ବାରିକ, ପ୍ରିୟଦର୍ଶିନୀ ସ୍ୱାଇଁ, ପ୍ରତଭା ପ୍ରିୟଦର୍ଶୀନି, ସ୍ୱର୍ଣ୍ଣପ୍ରଭା ଖଟୁଆ, ମାନସ ରାଉତ, ପ୍ରଶାନ୍ତ କୁମାର ସର ସମେତ ବହୁ ଗବେଷକ, ସାହିତି୍ୟକ, ଲେଖକ ମାନେ ଯୋଗଦେିଥିଲେ । ଏହି ଅବସରରେ ଏକ କିବତା ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ବହୁ କବି ଏବଂ କବିୟତ୍ରୀ ମାନେ ନିଜର କବିତା ପାଠ କରିଥିଲେ ।

Related Posts

About The Author

Add Comment