ଯାଜପୁର, ୧୪/୦୩ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଯ୍ୟାଦା ପୁର ପଂଚାୟତ ମା ହିଙ୍ଗୁଳା ପଡିଆ ଠାରେ ଅଖିଳ ଭାରତୀୟ ଯୁବ ବିଶ୍ୱକର୍ମା ମହାସଂଘ ଓଡିଶା ଶାଖା ତରଫରୁ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି,ଉକ୍ତ ଅଧିବେଶନ ରେ ଯାଜପୁର ଜିଲ୍ଲା ଯୁବ ବିଶ୍ୱକର୍ମା ମହାସଭା ର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ମହାରଣା ସଭାପତିତ୍ୱ କରିଥିଲେ ଏବଂ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଶତାଧିକ ବିଶ୍ୱକର୍ମା ସମାଜ ର ମହିଳା ଓ ପୁରୁଷ ଉକ୍ତ ସମାବେଶ ରେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ରୂପେ ପଶ୍ଚିମବଙ୍ଗ ବିଶ୍ୱକର୍ମା ମହାସଭାର ଆର୍ଥିକ ପରାମର୍ଶ ଦତ୍ତା ଉପସ୍ଥିତ ଥିଲେ ,
ଏ କାର୍ଯ୍ୟକ୍ରମ ରେ ବିଶ୍ୱକର୍ମା ସମାଜ ର ସର୍ବାଙ୍ଗୀନ ଉର୍ଣ୍ଣତି ନିମନ୍ତେ ଛ ଗୋଟି ଦାବି ବିଷୟରେ ଆଲୋଚନା କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଙ୍କୁ ପ୍ରଦାନ କରିବାପାଇଁ ନିଷ୍ପତି କରାଯାଇଥିଲା ।୧ ବିଶ୍ୱକର୍ମା ଜୟନ୍ତୀ ୧୭ ସେପ୍ଟେମ୍ବର କୁ ରାଜ୍ୟ ସ୍ତରୀୟ ସରକାରୀ ଛୁଟି ଘୋଷଣା କରାଯାଉ ।୨-ଆର୍ଥିକ ଦୃଷ୍ଟିରୁ ଗରିବ କାରିଗର ମାନଙ୍କୁ ଡି. ଆଇ .ସି .ମାଧ୍ୟମରେ ବନ୍ଦ ହୋଇଥିବା ଋଣ ପୁନଃ ପ୍ରଦାନ କରାଯାଉ ।୩-ବିଶ୍ୱକର୍ମା ସମାଜର ଆର୍ଥିକ ଦୁର୍ବଳ କାରିଗର ମାନଙ୍କୁ ୨୦୦୦ ମସିହା ପୂର୍ବରୁ ମଣ୍ଡଳ ସ୍ତରରେ ଦିଆଯାଉଥିବା ସଜ ସମାନକୁ ପୁନର୍ବାର ଦିଆଯାଉ ।୪-ବିଶ୍ୱକର୍ମା ସମାଜର କୁଶଳୀ କାରିଗର ମାନଙ୍କୁ ୪୦ ବର୍ଷ ବୟସରୁ ସରକାରୀ ଭତା ପ୍ରଦାନ କରାଯାଉ ।୫-କାର୍ଯରତ ବିଶ୍ୱକର୍ମା କାରିଗର ମାନଙ୍କୁ ଦୁର୍ଘଟଣା ସହାୟତା ବିକଳାଙ୍ଗ ଭତା ଏବଂ ସେମାନଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଲାଭପାଇଁ ଅର୍ଥ ବ୍ୟବସ୍ଥା କରାଯାଉ ।୬-ନିଜ ଘରେ କାଠ ରଖି ବିଭିନ୍ନ ଗୃହଉପକାରଣ ତିଆରି କରିବାରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ସେହି କଠୋର ଆଇନ କୁ ସରଳ କରାଯାଉ ।ଉକ୍ତ ସମାବେଶରେ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ,ପରିଶେଷରେ ନେତାଜୀ ସାମ୍ବାଦିକ ସଂଘର ସମସ୍ତ ସଭ୍ୟ ଙ୍କୁ ସମ୍ମାନିତ କରିଥିଲେ ଓ ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଶ୍ରୀ ସୋମ୍ୟରଂଜନ ପଣ୍ଡା ଉତରିୟ ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ପ୍ରବଳ ଜନସମାଗମକୁ ଆଖିଆଗରେ ରଖି ଜେନାପୁର ପୋଲିସି ତରଫରୁ କଡ଼ାସୁରକ୍ଷା ବେବସ୍ଥା କରାଯାଇଥିଲା । ଏଥିରେ ପ୍ରଫୁଲ କୁମାର ବିନ୍ଧାଣି ,ଓ ହେମନ୍ତ କୁମାର ମହାରଣା ପୂର୍ଣ୍ଣ ସହଯୋଗ କରିଥିଲେ।