ଯାଜପୁର,୧୯/୦୫ (ସନ୍ଧାନ ନିଉଜ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରତ୍ୟେକ ସତର୍କ ରହିବାକୁ ଜିଲ୍ଲାପାଳ ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାତ୍ୟା ଅଂପନର ପ୍ରସ୍ତୁତି ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏକାଧିକବାର ବୈଠକ କରାଯାଇ ସମସ୍ତ ବି.ଡି.ଓ., ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ବାତ୍ୟା ମୁକାବିଲାର ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହାର ସମୀକ୍ଷା କରିଥିଲେ ଜିଲ୍ଲାପାଳ । ଜିଲ୍ଲାରେ ବର୍ତ୍ତମାନ ଓଡ୍ରାପଂ ଓ ଏନ୍.ଡି.ଆର.ଏପଂ. ଋ ୨ଟି ଓ ଅଗ୍ନିଶମର ୧୩ଟି ଟିମ୍ କାର୍ଯ୍ୟପାଇଁ ପ୍ରସ୍ତୁତ ରହିଚ୍ଥନ୍ତି । ଜିଲ୍ଲାର ୨୦ ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହ ଏକ ହଜାରରୁ ଅଧିକ ସ୍କୁଲ ଗୁଡିକୁ ଆଶ୍ରୟ ସ୍ଥଳ ଭାବେ ପ୍ରସ୍ତୁତ ରଖାଯାଇଚ୍ଥି । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ବିଦ୍ୟାଳୟ ଠାରେ ଊପସ୍ଥିତ ରହିବାକୁ ନିଦେ୍ର୍ଦଶ ଦିଆଯାଇଚ୍ଥି । କଚ୍ଚା ଚାଳ ଚ୍ଥପର ଘରେ ରହୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିକଟସ୍ଥ ନିରାପଦ ଆଶ୍ରୟ ସ୍ଥଳ, ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାପାଇଁ ବ୍ୟବସ୍ଥା କରାଯାଇଚ୍ଥି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଇଚ୍ଥି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ ବା ପ୍ରଦର୍ଶିତ ବ୍ୟାନର ଗୁଡିକୁ ଅପସାରଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମଧ୍ୟ ପ୍ରସ୍ତୁତ ରଖାଯାଇଚ୍ଥି । ତେବେ ବିଗତ ବର୍ଷ ମାନଙ୍କରେ ଦେଖାଦେଇଥାଏ ଯେ, ପବନ ବର୍ଷା କମିଯିବାର କିଚ୍ଥି ସମୟ ପରେ ପୁନଶ୍ଚ ଜୋର ପବନ ହୋଇଥାଏ । ଏହାଦ୍ୱାରା ନିରାପଦ ଆଶ୍ରୟ ସ୍ଥଳ ଚ୍ଥାଡି ଚାଲିଆସିଥିବା ବ୍ୟକ୍ତିମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏପରି କି, କିଚ୍ଥି ଲୋକଙ୍କର ଗଚ୍ଥ, ଡାଳ, କାନ୍ଥ ବା ଗଚ୍ଥ ପଡି ମୃତୁ୍ୟବରଣ ମଧ୍ୟ ଘଟିଥିଲା । ତେଣୁ ସଂପୂର୍ଣ୍ଣ ବର୍ଷା, ପବନ ନ ଚ୍ଥାଡିବା ପର୍ଯ୍ୟନ୍ତ କୈାଣସି ବି ବ୍ୟକ୍ତି ଆଶ୍ରୟ ସ୍ଥଳ ଚ୍ଥାଡି ନ ଆସିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଉପସ୍ଥିତ ରହି ସମସ୍ତ ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଆଣିବାରେ ପୋଲିସର ସହଯୋଗ ରହିବା ସହ ସମସ୍ତ ଥାନାର ଭି.ଏଚ୍.ଏପଂ. ମଧ୍ୟ ଯୋଗାଯୋଗ ସେବା ପାଇଁ ଉପଲବ୍ଧ କରାଯିବ ବୋଲି କହିଥିଲେ । ସମସ୍ତ କଣ୍ଟ୍ରୋଲ ରୁମ୍ ଭଳି ଭି.ଏଚ୍.ଏପଂ. ଗୁଡିକ ମଧ୍ୟ ଚବିଶ ଘଣ୍ଟିଆ ସେବା ଯୋଗାଇବେ ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ରହିଚ୍ଥି ବୋଲି ସେ ସୂଚନା ଦେଇଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଏନ୍.ଡି.ଆର.ଏପଂ., ଓଡ୍ରାପଂ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀ ବିଭାଗର ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଡି.ପି.ଏମ୍. ଦେବାଶିଷ ପ୍ରଧାନ ଓ ଜରୁରୀ ବିଭାଗର କର୍ମଚାରୀ ମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।
ଅଂପନ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଚ୍ଥି : ଯାଜପୁର ଜିଲ୍ଲାପାଳ
|
May 19, 2020 |
