୯ ମାସ ହେଲା ଚାଲୁନି ସୁପରଫାଷ୍ଟ , ଅଡ଼ୁଆ ରେ ୭ କମିଶନ ଏଜେଣ୍ଟ

Spread the love

ବେତନଟୀ,୧୯/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)-କରୋନା  ମହାମାରୀର ଆତଙ୍କ ଆରମ୍ଭ ହେବା ଠାରୁଅର୍ଥାତ ମାର୍ଚ୍ଚ ୨୫ତାରିଖରୁ ମୟୁରଭଞ୍ଜ ଅବାସୀଙ୍କ ଗରିବରଥ ବାଙ୍ଗିରିପୋଷି ଭୁବନେଶ୍ବର ସୁପରଫାଷ୍ଟ ବନ୍ଦ ହେବାର୯ ମାସ ବିତିଗଲାଣି । ସରକାର ମନ୍ଦିର ଖୋଲିବା ନିମନ୍ତେ ଦିନ ଧାର୍ଯ୍ୟ କରିସାରିଲେଣି, ମାତ୍ର ରେଳ ଚଳାଚଳକରାଇବାରେ ଅସୁବିଧା ରହିଲା କେଉଁଠି ବୋଲି ଜିଲାବାସୀ ପ୍ରଶ୍ନ କରିଛନ୍ତି । ରୋଜଗାର ନଥିବାବେଳେ ଅତିକଷ୍ଟରେଦିନ ବିତାଉଥିବା (ରେଳଟିକଟ ବିକ୍ରୟ କରୁଥିବା) କମିଶନି ଜେଣ୍ଟକ କଥାକେନ୍ଦ୍ର ସରକାର ଭୁଲିଗଲେ କେମିତି ।ଦୈନିକ ବାଙ୍ଗିରିପୋଷିରୁ ଭୁବନେଶ୍ଵର କମ ଖର୍ଚ୍ଚରେ ଯାଉଥିବା ଯାତ୍ରୀଙ୍କୁ ଦୈନିକ ଟ୍ରେନ ଟିକଟ ଯୋଗାଇ ଦେଉଥିବା ଏଜେଣ୍ଟମାନଙ୍କର ଦିନ କେମିତି କଟୁଛିତାହା ରେଳ କର୍ତ୍ତୁପକ୍ଷ କିପରି ଉପଲବ୍ଧି କରିପାରୁନାହାଁନ୍ତି ତାହା ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ବିଷୟ ପାଲଟିଛିବାଙ୍ଗିରିପୋଷି, ବୁଡାମରା, କେସିପୁର, ବେତନଟୀ, ଯୁଗଳ, ଯୁଗୁପୁରା ଓ ଠାକୁରତୋଟା ଠାରେ ରେଳ ରହୁଥିବାରୁ ସେଠାରୁ ଯାତ୍ରୀମାନେ କମିଶନି ଏଜେଣ୍ଟଙ୍କ ନିକଟରୁ ଟିକଟନେଇ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି । ଦୀର୍ଘ ୯ ମାସ ହେବ ବାଙ୍ଗିରିପୋଷି-ରୂପସା ରେଳଲାଇନରେଟ୍ରେନ ଚଳାଚଳ କରୁନଥିବାରୁ ରେଳରହଣୀ ଗୁଡିକ ଖାଁ ଖାଁ ଲାଗୁଛି । ରେଳରହଣୀ ଗୁଡିକ ସନ୍ଧ୍ୟାରେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଯାଇଛି । ଗଡ ଓ ମଦୁଆଙ୍କ ସମେତ ବିଭିନ୍ନ ନିଶା ସେବନକାରୀ ଏହି ରେଳ ରହଣୀ ସ୍ଥାନକୁ ବେଶ ଆପଣାର କରିନେଇଛନ୍ତି । ଗତ ଦୁର୍ଗାପୂଜା ସମୟରେ ରେଳକରୂପକ୍ଷ ଗୋଟିଏ ସ୍ବତନ୍ତ୍ରଟ୍ରେନ ଚଳାଚଳ କରାଇଅନଲାଇନରେ ଟିକଟି ବ୍ୟବସ୍ଥା କରାଇଲେ । ଗ୍ରାମାଞ୍ଚଳରୁ ରାଜଧାନୀ ଭୁବନେଶ୍ୱର ଯିବାକୁ ଥିବା ଯାତ୍ରୀମାନେ ଏହି ଅନଲାଇନ ଟିକଟ କାଟି ନପାରିବାରୁ ଅଧିକ ଅର୍ଥ ଖର୍ଚ୍ଚକରି ବସରେ ଯିବାକୁବାଧ୍ୟ ହେଲେ। ଅନଲାଇନ ଟିକଟକାଟି ସମସ୍ତ ଯାତ୍ରୀ ଭୁବନେଶ୍ଵରଯାଇନପାରିବାରୁ ରେଳ କରୁପକ୍ଷ ଏହାରଫାଇଦାନେଲେ, ଫଳରେ ସ୍ବତନ୍ତ୍ରଟ୍ରେନ ଚଳାଚଳର ଅବଧେ ଶେଷ ନହେବା ପୂର୍ବରୁ ଯାତ୍ରୀ ହେଉନଥିବା ଦର୍ଶାଇ ଟ୍ରେନ ଚଳାଚଳ ବନ୍ଦ କରିଦେଲେ । ଏହି ଟ୍ରେନ ଚଳାଚଳ ବନ୍ଦ ହେବାରୁ ମୟୂରଭଞ୍ଜ ଜିଲାର ଅବାସୀଙ୍କ ସ୍ବାଭିମାନ ପ୍ରତିକୁଠାରଘାତ କଲା । ୨୦୦୬ ମସିହା ଜାନୁଆରୀ ୨୯ରୁ – ଓସାରିଆ ରେଳପଥରେ ରେଳଚଳାଚଳ କରିବା ଆରମ୍ଭ କରିଥିଲା । ଜିଲ୍ଲାବାସୀଙ୍କ ମନରେ ଆନନ୍ଦର ଲହରୀଖେଳିଯାଇଥିଲା । ପର୍ଯ୍ୟାୟକ୍ରମେ ଏହି ରୁଟରେ ରେଳଚଳାଚଳ କରିବା ସହିତ ବୁଡାମରା-ଚାକୁଳିଆ ମଧ୍ୟରେ ରେଳଲାଇନ ସଂଯୋଗ ହେବ, ଦୂରଦୂରଙ୍କୁ ଯାତ୍ରା କରିବାର ସୌଭାଗ୍ୟ ଜିଲାବାସୀ ପାଇବେ, ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୁରଣହେବ, ମାତ୍ର ଏହା ସ୍ବପ୍ନରେ ରହିଯିବ ବୋଲି ଜିଲାବାସୀ ଅନୁଭବ କଲେଣି ସୌଭାଗ୍ୟର ବିଷୟ ଏହିଯେ ଜିଲାବାସୀ ୨ଜଣ ସାଂସଦ ପାଇଛନ୍ତି, ସେଥିମଧ୍ୟରୁବାଲେଶ୍ବର ସାଂସଦ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ତଥାପି ଜିଲାର ଭାଗ୍ୟ‌ ବଦଳିବ କି ନାହିଁ ତାହା ଜିଲାବାସୀଜାଣିପାରୁନାହାଁନ୍ତି ।

Related Posts

About The Author

Add Comment