ଯାଜପୁର, ୦୧/୦୪/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ଶୁକ୍ରବାର ଦିନ ୮୭ତମ ସ୍ୱତନ୍ତ୍ର ଉକôଳ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତଙ୍କ ସଭାପତିତ୍ୱରେ ଏହି ଦିବସରେ ମହାମନିଷ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଉକôଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଦିବସରେ ଉପସ୍ଥିତ ଥିବା ନେତୃମଣ୍ଡଳୀମାନେ ନଗରକଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ପୂର୍ବତନ ସାଂସଦ ଅଂଚଳ ଦାସ, ଦଗମ୍ବର କର, ଦଳିତ ସେଲ୍ ସଭାପତି ଦୁର୍ଯେ୍ୟାଧନ ବେହେରା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଜେନା, ରାଜ୍ୟ ଓବିସି ସେଲ୍ର ଉପସଭାପତି ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ବେହୁରିଆ, ନକୁଳ ସାହୁ, ଭାଷ୍କର ମହାନ୍ତି , ଅବଦୁଲ ସଲିମ, ଅରଜିତ ନାୟକ, ବିଜୟ ମହାପାତ୍ର, ମାନସ ରଂଜନ ପଣ୍ଡା, ଅନୀଲ ମହାନ୍ତି, ବିଦ୍ୟାଧର ବାରିକ, ରଘୁନାଥ ସାହୁ, ନୃସିଂହ ଚରଣ ସାହୁ, ଅଶୋକ କୁମାର ଘୋଷ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
୮୭ତମ ସ୍ୱତନ୍ତ୍ର ଉକôଳ ଦିବସ ପାଳିତ
|
April 1, 2022 |



