ପୁରୀ,୨୧/୯ (ସନ୍ଧାନ ନିୟୁଜ) ଶଙ୍ଖ କ୍ଷେତ୍ରରେ ବାଜିଲା ଶଙ୍ଖର ଲହରୀ, ପୁରୀ ସମୁଦ୍ର ବେଳାଭୂମିରେ ଆଜିଠାରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି । ‘ମୋ ବିଚ୍’ ଯୋଜନା ମାଧ୍ୟମରେ ଆୟୋଜିତ ଏହି ଅଭିଯାନରେ 7ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇ ବେଳାଭୂମିକୁ ସଫେଇ କରିଛନ୍ତି । ବେଳାଭୂମିର ପ୍ରାୟ ୧୦୦ଟି ସ୍ଥାନରେ ଏହି ସଫେଇ ସହିତ ପୋଖରୀ ସଫା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀମାନେ ପରିବେଶ ପ୍ରଦୂଷଣ ନକରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ । ସଫେଇ କାଯ୍ୟରେ ରେ ପୁରୀର ସବୁ ବର୍ଗର ଲୋକ ଉତ୍ସାହର ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୩କୋଟି ଟଙ୍କା ବ୍ୟୟରେ ପୁରୀରେ ଏହି ସଫେଇ ଅଭିଯାନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତି ସମୟରେ ପୂରା ରାଜ୍ୟରେ ଏହାକୁ ଜାରି ରଖାଯିବ ବୋଲି ସୂଚନା ମିଳିଛି ।ଶଙ୍ଖ କ୍ଷେତ୍ରରେ ସାମୁଦ୍ରିକ ଝଡ ‘ଫନି’ର ଅଳ୍ପକିଛିଦିନ ମଧ୍ୟରେ କିଭଳି ପୁଣିଥରେ ଅଣ୍ଟାଭିଡି ସଳଖ କରି ଛିଡା ହୋଇଛି ସେହି ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଥିଲା । ପୁରୀର ଜିଲ୍ଲାପାଳ ବଲୱନ୍ତ ସିଂହଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଫିଲିମ କଳାକାର ପ୍ରମୁଖ ସାମିଲ ହୋଇଥିଲେ ।କାଯ୍ୟକ୍ରମ ସାରିବା ସମୟରେ ଗୋଟାଏ ପିଲା ସମୁଦ୍ରରେ ବୁଡ଼ିଯିବା ସମୟରେ st. john ଜଗନ୍ନାଥ ଧାମର ଜି. ବାପି ତାଂକୁ ଉଠେଇ ଆଣି ଥିଲେ ସାଙ୍ଗେ ସାଙ୍ଗେ ସେବାରେ ଲାଗିପଡ଼ିଥିଲେlସମସ୍ତେ ତାଙ୍କୁ ଧନ୍ୟବାଦ ଦେଇଥିଲେ
ପୁରୀ ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହଁଙ୍କ ରିପୋର୍ଟ



