୫୦ହଜାର ଟଙ୍କା ପାଇଁ ୧୬ବର୍ଷର ନାବାଳକ କରିଥିଲା ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ୍‌ ଆକ୍ରମଣ

Spread the love

ଜମ୍ମୁ ୮/୩ (ସନ୍ଧାନ ନିଉଜ) : ଜମ୍ମୁ ବସ୍‌ଷ୍ଟାଣ୍ଡରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଦ୍ଵାରା ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ପୁଲିସ ଜଣେ ନାବାଳକକୁ ଗିରଫ କରିଛି। ଗିରଫ ନାବାଳକର ଆଧାରକାର୍ଡ ଓ ସ୍କୁଲ ରେକର୍ଡ ସମେତ ଅନ୍ୟ ଦସ୍ତାବିଜରୁ ନାବାଳକର ଜନ୍ମ ୨୦୦୩ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଜଣାପଡ଼ିଛି। ତାର ନାମ ହେଉଛି ହିଜବୁଲ ଆତଙ୍କବାଦୀ ୟାର୍ସି ଭଟ୍ଟ।

କୁଲଗାମର ହିଜ୍‌ବୁଲ ଜିଲ୍ଲା କମାଣ୍ଡର ଫାରୁକ୍‌ ଅହମ୍ମଦ ଭଟ୍ଟ ଓରଫ୍‌ ଉମର ଦ୍ଵାରା ୟାର୍ସିକୁ ଗ୍ରେନେଡ ଆକ୍ରମଣ ପାଇଁ ନିୟୋଜିତ କରାଯାଇଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଆତଙ୍କବାଦୀ ୟାର୍ସି ଉମରର ନିର୍ଦ୍ଦେଶ ଅନୁସାରେ ଏହି ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଏଥିପାଇଁ ତାକୁ ୫୦ହଜାର ଟଙ୍କା ମଳିଥିବା ସେ ଜମ୍ମୁ ପୁଲିସ ସମ୍ମୁଖରେ ସ୍ୱୀକାର କରିଛି।

ସୂଚନାଯୋଗ୍ୟ, ଜମ୍ମୁ ବସଷ୍ଟାଣ୍ଡରେ ଆଜି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଦ୍ଵାରା ଗ୍ରେନେଡ୍‌ ଆକ୍ରମଣ ଯୋଗୁଁ ଜଣେ ନାବାଳକ(୧୭ ବର୍ଷ)ଙ୍କର ମୃତ୍ୟୁ ଘଟିଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଉଦେ୍ଵଗଜନକ ରହିଥିବା ଜଣାପଡ଼ିଛି। ଗ୍ରେନେଡ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକର ନାମ ମହମ୍ମଦ ସାରିକ୍‌ ସେ ଉତ୍ତରାଖଣ୍ଡର ହରିଦ୍ଵାର ବାସିନ୍ଦା ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଦୁଇକୁ ପହଞ୍ଚି ସାରିଛି।

Related Posts

About The Author

Add Comment