୫ବର୍ଷ ଧରି ବନ୍ଦ ପଡ଼ିଛି ନିକୋ କେବୁଲ

Spread the love

ବାରିପଦା, ୧୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ) : ଓଡ଼ିଶା ସହିତ ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ୧୯୪୯ ମସିହା ଜାନୁଆରୀରେ ହୋଇଥିଲା । ମିଶ୍ରଣ ପର ଠାରୁ ଜିଲ୍ଲାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକଅପାରଗତା କାରଣରୁ ଜିଲ୍ଲାରେ ସେଭଳି କୌଣସି ଶିଜ ବିପୁବର ସମ୍ଭାବନା ସୃଷ୍ଟି ହୋଇ ପାରି ନଥିବା ବଳେରାଜତନ୍ତ୍ର ଅମଳର ସମସ୍ତ ଶିକ୍ଳ ପ୍ରାୟ ହୋଇ ବନ୍ଦ ଯାଇଛି । ରାଜତନ୍ତ୍ର ସମୟରେ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଏକ ଶିଳ୍ପ ସମୃଦ୍ଧ ସହର ଭାବେ ମାନ୍ୟତା ପାଇଥିଲାବଳେ ଏବେ ମୃତ ଶିଳ୍ପର ସହର ପାଲଟିଛି । ଖାଲି ରାଇରଙ୍ଗପୁର ନୁହେଁ, ରାଜତନ୍ତ୍ର ସମୟର ମୟୁରଭଞ୍ଜର ରାଜଧାନୀ ବାରିପଦା ଏବଂ ବର୍ତ୍ତମାନର ଜିଲ୍ଲା ସଦର ମହକୁମା ବାରିପଦାରେ ମଧ୍ୟ ତଦୃପ ଅବସ୍ଥା ସେପଟେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଜିଲ୍ଲାରେ ଯେଉଁ କତୋଟି ହାତଗଣତି ମଧ୍ୟମ ଓ ଳଘୁଶିଜର ଅଭ୍ୟୁଦୟ ହୋଇଥିଲା ତାହା ମଧ୍ୟ ପରିଚାଳନାଗତ ତ୍ରୁଟି, ପ୍ରଶାସନିକ ପ୍ରତ୍ସାହନର ଅଭାବ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ବନ୍ଦ ହୋଇ ପଡ଼ି ରହିଛି ଭୌଗୋଳିକ ଦୃଷ୍ଟିକୋଣରୁ ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା ହୋଇଥିବା ବେଳେ ଲୋକସଂଖ୍ୟା ଦୃଷ୍ଟିରୁ ଏହା ଗଞ୍ଜାମ ଓ କଟକ ପରେ ୩ ନଂର ଜିଲ୍ଲା  ମୟୂରଭଞ୍ଜ ଭଳି ଆଦିବାସୀ ଅଧୁଷିତ ତଥା ଆର୍ଥିକଅନଗ୍ରସର ଜିଲ୍ଲାରେ ଦିନକୁ ଦିନ ସବୁ ଶିଳ୍ପାନୁଷ୍ଠାନରେତାଲା ଝୁଲୁଥିବା ବଳେ ରୋଜଗାର ପାଇଁ ଯୁବପିଢ଼ି, କୁଶଳୀ ଶ୍ରମିକ ଠୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଯୁବକ ପର୍ଯ୍ୟନ୍ତ ଜିଲ୍ଲା ଭିତରେ କୌଣସି କର୍ମ ସଂସ୍ଥାନ ନ ପାଇ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି  ବିଭିନ୍ନ ଶିଳ୍ପାନୁଷ୍ଠାନରେ ତାଲା ଝୁଲିବା ଯୋଗୁଁ ସେଥିରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ସମେତ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ରୋଜଗାର କ୍ଷମ ଥିବା ପରିବାର ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି । ଯାହା ହାତରେ ଦିନେ ମେସିନ ବାଲୁଥିଲା । ସେ ଏବେ ପେଟ ପାଇଁହାର ବାସନ ମଖିବକୁ ବାଧ୍ୟ ହୋଇ ନନେ ଥିବା ବଳେ ଅନେକ ପରିବାର ରାସ୍ତାକଡ଼କୁ ଆସିଯାଇଛନ୍ତି ଶିଳ୍ପାନୁଷ୍ଠାନ ବଦଯୋଗୁଁ ଜିଲ୍ଲାରେ କର୍ମସଂସ୍ଥା�ପ୍ରଶାସନିକ ବାବୁମାନେ ତତ୍ପର ନା ରାଜନୈତିକ ବ୍ୟକ୍ତିବିଶେଷ । ତେବେ ବନ୍ଦ ହୋଇ ପଡିଥିବା ଶିନୁଷ୍ଠାନ ଗୁଡିକୁ ପୁନଃ ଚାଲୁ କରିବା ପାଇଁ କେତେକ ସଂଗଠନ ପକ୍ଷରୁ ଏ ନେଇ ବାରମ୍ବାର ସ୍ମାରକପତ୍ର ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ  ଉଲ୍ଲେଖ ଯୋଗ୍ୟ ଯେ, ବାରିପଦା ସହରର ପାଲବଣି ଛାଞ୍ଚ ମୌଜାରେ ୧୯୮୦ମସିହାରୁ ହେମିଲଟନ ଗାର୍ଡନରେ ପ୍ରତିଷ୍ଠାଲାଭ କରିଥିବା ନିକୋ କେବୁଲ ଇଣ୍ଡଷ୍ଟ୍ରି (ନିସ୍କୋ କର୍ପୋରେସନ ଲି.) ୨୦୧୫ ମସିହା ଏପ୍ରିଲ ମାସରୁ ସଂପୂର୍ଣ୍ଣ ବନ୍ଦ ହୋଇ ପଡିଛି । ଦୀର୍ଘ ୫ବର୍ଷ ଧରି ଏହି ମଧ୍ୟମ ଧରଣର ଶିଟି ବନ୍ଦ ହେବା ଫଳରେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ୧୦୮ଜଣ ନିୟମିତ କି କର୍ମଚାରୀ, ୧୪ଜଣ ଅଫିସର, ୧୮ଜଣ ସିକ୍ୟୁରିଟି ଗାର୍ଡ, ୨୫ଜଣ ଚୁକ୍ତିଭିତିକ ଶ୍ରମିକଙ୍କ ସହ ସେମାନଙ୍କ ପରିବାରର ଭାଗ୍ୟ ଏବେ ସଂପୂର୍ଣ୍ଣ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ୧୯୮୪ ମସିହା ଠାରୁ ବାରିପଦାରେଓ ଏହି ଇଣ୍ଡଷ୍ଟ୍ରି କାର୍ଯ୍ୟକ୍ଷମ ହୋଇଆସୁ ଥିଲା ବେଳେ ୨୦୦୯ ମସିହାରେ ଦୀର୍ଘ ୬ମାସ ଧରି ଏହି କମ୍ପାନୀ ବନ୍ଦ ରହିଥିଲା । କର୍ମଚାରୀମାନେ ଲେବରକମିଶନରଙ୍କ ସହ ଆଲୋଚନା ସହ ବାରମ୍ବାର ଧାରଣା ଦେବା ପରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ମାତ୍ର ୨୦୧୫ରୁ କମ୍ପାନୀ ଗେରେ ସଂପୂର୍ଣ୍ଣ ତାଲା ଝୁଲୁଛି । ବନ୍ଦ ସମୟରେ କମ୍ପାନୀକର୍ଣ୍ଣ ପକ୍ଷ ଅଚାନକ ଗେଟରେ ତାଲା ଝୁଲାଇ ଦେଇଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ୨୦୦୮-୦୯ ଆର୍ଥିକ ବର୍ଷରେ କମ୍ପାନୀ ୫୨.୯୧ କୋଟି ଟଙ୍କା କ୍ଷତି ହୋଇଥିବା କହି ଥିବା ବଳେ ୨୦୦୯-୧୦ରେ ୪୩.୧୬କୋଟି, ୨୦୧୦-୧୧ ମସିହାରେ ୧୫.୪୧କୋଟି, ୨୦୧୧-୧୨ରେ ୧୧.୫୬କୋଟି, ୨୦୧୨-୧୩ରେ  ୨୫.୦୩କୋଟି, ୨୦୧୩-୧୪ରେ ୩୨.୮୪ କୋଟି ଏବଂ ୨୦୧୪-୧୫( ଏପ୍ରିଲ ୨୦ ଠାରୁ ଡିସେମ୍ବର ୧୪) ଏହି ୯ମାସ ମଧ୍ୟରେ ୩୦.୬୪ କୋଟି ଟଙ୍କା କ୍ଷତି ସହିଥିବା କମ୍ପାନୀ ପକ୍ଷରୁଦର୍ଶାଯାଇଥିଲା । ତେବେ ମୋଟ ଉପରେ କମ୍ପାନୀର ୨୦୧୪ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ୨୫୨.୪୭ କୋଟି ଟଙ୍କାକ୍ଷତି ହୋଇଥିବାରୁ କମ୍ପାନୀ ଆଉ ଏହି ଇଣ୍ଡଷ୍ଟ୍ରିକୁ ଚଳାଇବାସପକ୍ଷରେ ନ ଥିଲା ବୋଲି ଦର୍ଶ।ଇ ଏହାକୁ ଆଉ ଚାଲୁରଖିବା ସମ୍ଭବ ପରହୋଇ ପାରୁ ନାହିଁ ବୋଲି ଗେଟରେ ଏକ ନୋଟିସ ଝୁଲାଇ ଦେଇଥିଲା । ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ଥିବା ଏହି ଶିଳ୍ପ ସଂସ୍ଥା କବେ ଖୋଲିବା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତବେ ଇତି ମଧ୍ୟରେ ନିକୋ ବୁଲ କୁ ଏଭିଲ କମ୍ପାନୀ କିଣିନେଇ ଏହାକୁ ପୂନ ଚାଲୁ କରିବା ପାଇଁ ଯୋଜନା କରୁଥିବାବେଳେ ଏହା କେବଳ ସ୍ଵପ୍ନ ହୋଇ ରହିଯାଇଛି ।ସୂଚନା ଅନୁଯାୟୀ, ଲିଜ ସୂତ୍ରରେ ହେମିଲଟନ ଠାରୁ ନିଆଯାଇଥିବା ୨୦ ଏକର ଜମିରେ ନିକୋ କମ୍ପାନୀ ପ୍ରତିଷ୍ଠିତ ହୋଇଥିବା ବେଳେ ଏହାର ରିଜ ଅବଧ ସରିଯାଇଛି । ସେପଟେ ହେମିଲଟନ ଜମି ଗୁଡିକ ଏବେ ସଂପୃଭାବେ ସରକାରଙ୍କ ଖାତାକୁ ଆସିଯାଇଛି ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଜମି ପୁଣି ଥରେ ସରକାର ଏନଭିକେବୁଲ ନାମରେ ଲିଜ ରେଦେବାକୁ ଆବଶ୍ୟକୀୟ ପ୍ରକ୍ରିୟା ଏନଭିକେବୁଲ ପକ୍ଷରୁ : ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ରାଜସ୍ ବିଭାଗର ଫାଇଲ ତଳେ ଦବି ହୋଇ ରହିଯାଇଛି । ଲିଜ୍ ପୁନଃ ନବୀକରଣ ହୋଇ ନ ପାରିବାରୁ ପ୍ୟାକ୍ତିକୁ ବିଦ୍ୟୁତ ସଂଯୋଗ ହୋଇ ପାରୁନାହିଁ କି ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରୁ ନାହିଁ । ପ୍ରଶାସନିକ କୈ ପାଇଁ ଏହି ମଧ୍ୟମ ଶିର ଭାଗ୍ୟ ବନ୍ଧା ହୋଇ ପଡିଥିବା ବଳେ ଏଥ ପ୍ରତି ସରକାରୀ ଉଦାସୀନତା ମୁଖ୍ୟତଃ ଦାୟୀ ବୋଲି ଅଭିଯୋଗ ହେଉଛି । ଏନଭିକେବୁଲ ତାର କର୍ମଚାରୀମାନଙ୍କୁ ନେଇ କୋଟି କୋଟି ଟଙ୍କାର ସମ୍ପରି ଯକ୍ଷ୍ୟଶ ଭିତ୍ତିଭୂମି ଥିବା ଏହି ଫାକ୍ତିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ଥିବା ବେଳ ଏ ଦିଗରେ ପ୍ରଶାସନିକ ସହାୟତା ଜରୁରୀ ହୋଇ ପଡ଼ିଛି ।

Related Posts

About The Author

Add Comment