୩ ବେଆଇନ ଗୋଚାଲାଣକାରୀ ଗିରଫ:୨୩ ଗୋରୁ ଉଧ୍ୟାର

ଜେନାପୁର,୨୯/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବରଡାଛକରୁ ସୋମବାର ଭୋର ସମୟରେ ଜେନାପୁର ପୁଲିସ ପକ୍ଷରୁ ଚଢାଉ କରାଯାଇ ଏକ ବେଆଇନ ଗୋରୁଗାଡିକୁ ଜବତ କରି ୨୩ ଗୋରୁ ଉଧାର କରିବା ସହ ୩ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ସନାତନ ଭୁୟାଁ(୩୨), ବିରଞ୍ଚô ଗୋଛାୟତ(୩୫), ସୁବାଷ ବାଇ(୩୫) । ଜେନାପୁର ଥାନା ଏସ ଆଇ ମନୋରଞ୍ଜନ ଦାସ କୌଣସି ସୁତ୍ରରୁ ଖବର ପାଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚô ଢେଙ୍କାନଳରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଟାଟା ନଂ ଓଡି ୦୬ଏଫ୍ ୦୪୪୫ ଗାଡି ୨୩ଟି ଗୋରୁକୁ ନେଇ ଯାଉଥିବା ବେଳେ ଧରିଥିଲେ । ଟାଟା ଛଅଚକିଆ ଗାଡିରେ ଚାଳକ ସହିତ ତିନି ଜଣକୁ ପୁଲିସ ଗିରଫ କରି ଥାନାକୁ ଆଣିଥିଲା । ପରେ ସେମାନଙ୍କର ଡାକ୍ତରି ପରିକ୍ଷା କରି କେସ ନଂ ୧୭୧/୧୯ରେ ଏକ ମାମଲା ଋଜୁକରି ଚଣ୍ଡିଖୋଲ କୋର୍ଟ ଚାଲଣ କରାଯାଇଥିବା ଶ୍ରୀ ଦାସ ସୁଚନା ଦେଇଛନ୍ତି । ସୁଚନାନୁଯାଇ ବାରମାଣ ନିକଟରେ ଏକ ପୁଲିସ ଚେକ ପୋଷ୍ଟ ଥିବାବେଳେ ସେଠାରୁ ଏହି ଗୋରୁ ବୋଝେଇ ଗାଡିଟି କିପରି ପାର ହେଲା ତାହା ଏବେ ନିହଲପ୍ରସାଦ ପୁଲିସର କର୍ଯ୍ୟଦକ୍ଷତାକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏହି ଥାନା ଅନ୍ତର୍ଗତ କବାଟବନ୍ଧ ଜାରକା ନଦିବନ୍ଧ ରାସ୍ତା ଏବଂ ଏହି ରାସ୍ତାଦେଇ ପ୍ରତ୍ୟହ ଗୋରୁଗାଡି ପାର ହେଉଥିବା ସ୍ଥାନୀୟ ଲୋକଙ୍କ ସୁତ୍ରରୁ ପ୍ରକାଶ । ଏଥିପ୍ରତି ଜିଲା ଆରକ୍ଷି ଅଧିକ୍ଷକ ଦୃଷ୍ଟି ଦେବାକୁ ସଧାରଣରେ ଦାବି ହୋଇଛି ।
Related Posts
About The Author