ନୂଆପଡା, ୧୩/୦୧/୨୦୧୨ (ସନ୍ଧାନ ନିଉଜ) : ଓଡ଼ିଶା ଛତିଶଗଡ଼ ସୀମାନ୍ତ ସୁନାବେଡା ଜଙ୍ଗଲରେ ଜାରି ରହିଥିବା କମ୍ବିଂ ଅପରେସନ୍ ଶେଷ ହୋଇଛି । ଦୀର୍ଘ ୩ ଦିନ ପରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଥିବା ଗୁଳିବିନିମୟର ଅନ୍ତ ଘଟିଛି । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ।
ଏହି କମ୍ବିଂ ଅପରେସନ୍ ସମୟରେ ୩-୪ ଜଣ ମାଓବାଦୀ ନିହତ ହୋଇଥିବା ନୂଆପଡା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏସଓଜି, ଡିଭିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଙ୍ଗ ବେଳେ ମାଓ-ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ଗୁଳିଚଳନା ହୋଇଥିଲା । ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ ।