୩୯ତମ ମା ଦୁଆରସୁଣି ମିଳନ ଉତ୍ସବ ମହାସମାରୋହରେ ପାଳିତ

Spread the love

ଯାଜପୁର ସଦର,  ୨୦/୩/୨୬ (ସନ୍ଧାନ ନ୍ୟୁଜ )  ଧର୍ମଶାଳା ନିର୍ବାଚନମଣ୍ଡଳୀ ର ଲାଙ୍ଗୁଡ଼ି ପାହାଦ ର ମା ଦୂଆରସୁଣି ଠାରେ ୩୯ତମ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମିଳନ ଉତ୍ସବ ଦୁଃଶାସନ ନାୟକଙ୍କ ନେତୃତ୍ବରେ ଅନୁଷ୍ଟିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଗୟାଧର ପଣ୍ଡା,ସମାଜସେବୀ କା ଶ୍ରୀମତୀ ମିନତୀ ସାହୁ, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ,ସମାଜସେବୀ ଆଲୋକ ଜେନାସାମନ୍ତ, ବାବା ରାଘବ ଦାସ, କୋତ ପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି, ପ୍ରମୁଖ ଯୋଗ ଦେଇଥିଲେ, ବିଭିନ୍ନ ଠାକୁର ବାଡ଼ି ରୁ ୧୦। ଗୋଟି ବିମାନ ଆସି ମିଳନ ଉତ୍ସବ ରେ ପହଂଚି ଥିଲେ। ଏହି ବିମାନରେ ପ୍ରଭୁ ଶ୍ରୀ ରାଧା କୃଷ୍ଣ, ଗୋପୀନାଥ ଜିଉ, ବୃନ୍ଦାବନ ଚନ୍ଦ୍ର, ଗୋବିନ୍ଦ ଗୋପାଳ ଙ୍କୁ ସୁଶୋଜିତ ଭାବେ ବସାଇ ବାଜା, ବାଣ ଫୁଟାଇ, ଠାକୁରଙ୍କ ଭଜନ, କୀର୍ତ୍ତନ କରି ଆନନ୍ଦ ଉଲ୍ଲାସ ମଧ୍ୟରେ ଠାକୁର୍ ପ୍ରେମୀ ମାନେ ନୃତ୍ୟ ପରିବେଷଣ କରି ମଣ୍ଡପ ନିକଟରେ ପହଂଚି ଥିଲେ। ଏହି ଉତ୍ସବ ରେ ୧୦ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମିଲାନକୁ ମୁଖରିତ କରିଥିଲେ। ଏହି ଉତ୍ସବ ପରିଚାଳନାରେ ସମାଜସେବୀ ବାଇଧର ନାୟକ, ବିଶ୍ୱନାଥ ମହାପାତ୍ର, ବାବାଜୀ ନାୟକ, ବ୍ରଜକିଶୋର ନାୟକ, ଅର୍ଜୁନୀ ଚରଣ ନାୟକ, ଅଙ୍କୁର ପ୍ରଧାନ, ରାଜକିଶୋର ନାୟକ, ରାଜେଶ୍ ନାୟକ, ଅରୁଣ ନାୟକ, ଆଦିତ୍ୟ ନାୟକ, ସୁବ୍ରତ ମହାପାତ୍ର, ଜଚିନ୍ଦ୍ର ଦେହୁରୀ ପ୍ରମୂଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ, ଧର୍ମଶାଳା ଥାନା ର ଅଧିକାରୀ ଓ ଥାନା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସମସ୍ତ ବିମାନ ରେ ଥିବା ପ୍ରଭୁଙ୍କ ନିକଟରେ ଭୋଗ ଲଗାଇ, ପୂଜା କରି, ଅଭିର ଲଗାଇ ବିଡାକି ଦିଆଯାଇ ଥିଲା। ଏହାପରେ ସମସ୍ତ ବିମାନ ତାଙ୍କ୍ ଠାକୁର୍ ବାଡ଼ି କୁ ଫେରି ଯାଇଥିଲେ।

Related Posts

About The Author

Add Comment