ଖୁଣ୍ଟା, 26.11.2020 (ଲିଙ୍ଗରାଜ ପଣ୍ଡା)- ଅବକାରୀ ବିଭାଗ ପକ୍ଷରୁ ମଦ କରିଡର ପାଲଟିଥିବା ନାହୂଆ ନଦୀ କୂଳରେ ଗୋପବନ୍ଧୁ ନଗର ବ୍ଲକର ଏକାଧୁକ ସ୍ଥାନରେ ମିଳିତ ଚଢଉ କରାଯାଇ ୨୦୫ ଲି ଦେଶୀ ମନ୍ଦୁଲି ମଦ, ୧୬୫ କେଜି ମହୁଲ ପୋର୍ଟ ସମେତ ମଦ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ ଜବତ କରାଯାଇଛି । ଶିଳଘାଟି ଗ୍ରାମ ପଞ୍ଚାୟତରୁ ନାହୁଁଆ ନଦୀ ଉଭୟ ପଟରେ । ମଦ ତିଆରି କାରଖାନା ଚାଲିଥିଲା । ଅତାନଟୀରେ ଚାଲିଥିବା ମଦ କାରଖାନାରୁ ୭୫ଲି ମଦ, ୬୦୦ କେଜି ପୋଚ, ୧୪ ଗୋଟି ଟ୍ରମ ସମେତ ୪ଗୋଟି ଡେକଚି ଜବତ କରାଯାଇଛି । ସେହିପରି କେନ୍ଦୁଆମୁଣ୍ଡିରେ ଚାଲିଥିବା ବେଆଇନ ମଦ ତିଆରି କାରଖାନାରୁ ୧୩୦ଲି ମଦ,୧୦୫୦କେଜି ପୋଚ, ୩୫ଟି ଡ୍ରମ ଓ ୪ଟି ଡେକଟି ଜବତ କରାଯାଇଛି । ଚଢଉରେ ଖୁଣ୍ଟା, ବାରିପଦା ମୋବାଇଲ ଟିମ(୧), ଦେଉଳି ଓ ଉଦଳା ଅବକାରୀ ବିଭାଗ ସାମିଲ ହୋଇଥିଲେ । ବିଭାଗୀୟ ଉଦଳାଆଇଆଇସି ଅଭିରାମ ବେହେରା, ବିକାଶ ଟପ୍ଲେ, ଏଏସଆଇ ଶରତ ଚନ୍ଦ୍ର ବାରିକ, ଭବେଶ ଚନ୍ଦ୍ର ନାଏକ, ଶ୍ରୀନାଥ ଦତ୍ତ, ଦେବେନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ ଯେତେ କାର୍ଯ୍ୟାନୁଷ୍ଠାନ ହେଲେବି ପରବର୍ତ୍ତି ସମୟରେ ମଦ ତିଆରି ଖାରାଖାନା ସବୁ ମ ନାହୁଆ ନଦୀ କୂଳରେ ଗଢିଉଠୁଥିବାରୁସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଆବଶ୍ୟକ ଏ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।


