୨୬ରେ ଆଂଶିକ ସୂର୍ଯ୍ୟପରାଗ

Spread the love

ଭୁବନେଶ୍ଵର, ୨୩/୧୨ (ସନ୍ଧାନ ନିୟୁଜ) : ଆସନ୍ତା ୨୬ ତାରିଖ ଦିନ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଓଡ଼ିଶାରେ ଦେଖାଯିବ ଆଂଶିକ। ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ। ୨୬ ତାରିଖ ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ପୂର୍ଣ୍ଣଗ୍ରାସ ନୁହେଁ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ହେବ ବୋଲି ସୂଚନା ଦିଆଯାଇଛି।

ପଠାଣି ସାମନ୍ତ ପ୍ଲାନ‌େଟୋରିୟମ୍ ପକ୍ଷରୁ ଜାରି ସୂଚନା ଅନୁସାରେ ଓଡ଼ିଶାରେ ସକାଳ ୯ଟା ୪୬ମିନିଟ ସମୟରେ ସର୍ବାଧିକ ପରାଗ ଦେଖାଯିବ। ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦୃଶ୍ୟମାନ ହେବ। ଏହା ଏକ ଅତ୍ୟନ୍ତ ମନୋରମ ତଥା ବିରଳ ମହାଜାଗତିକ ଦୃଶ୍ୟ। ସୂର୍ଯ୍ୟୋପରାଗ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। 

Related Posts

About The Author

Add Comment