୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଦାପୁଟ ଏଡିଇଓ

Spread the love

ଜୟପୁର: ୧୦ /୧୨ /୨୫  (ସନ୍ଧନ ନ୍ୟୁଜ )  ଦିନକୁ ଦିନ ବଢି ଚାଲିଛି ବଡବଡିଆ ବାବୁଙ୍କର ଦୁର୍ନୀତି। ଅଧିକାଂଶ ସରକାରୀ ବାବୁମାନେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି। ସେହିପରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଦାପୁଟ ଏଡିଇଓ ଅମରବର ମଲିକ୍। ଜଣେ ଠିକାଦାରଙ୍କ  ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଥିଲା। ଏହାପରେ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛି।   ସୂଚନା ଅନୁସାରେ, ବୋଦାପୁଟ ଏଡିଇଓ ଅମରବର ମଲିକ୍ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ୍ ବୋଦାପୁଟ ପଂଚାୟତର ମରିଚମାଲି ଝୋଲା ଠାରୁ ଗୋୟଲକାରି ପର୍ଯ୍ୟନ୍ତ ଘାଟ କଟିଙ୍ଗ ନିମନ୍ତେ ଏମଜିଏନ‌ଆରଜିଏସ କାମ ଦେବାକୁ ଜଣେ ଠିକାଦାର ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଠିକାଦାର ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଯୋଜନା ମୁତାବକ ଏଡିଇଓ ଅମରବର ମଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ିବସିଥିଲେ। ଏପରିକି ଟଙ୍କା ନାମରେ ମଧ୍ୟ ମାମଲା ରୁଜୁ କରିଥିଲେ।

Related Posts

About The Author

Add Comment