ଭୁବନେଶ୍ୱର, ୧୮/୦୫ (ସନ୍ଧାନ ନିଉଜ) ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାରାଦୀପ ଠାରୁ ପ୍ରାୟ ୯୬୦ କିମି ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଚିତ୍ର ବୟାନ କରୁଛି, ଏକ ବିରାଟକାୟ ଆକୃତି ନେଇ ବାତ୍ୟା ଅମ୍ଫାନ ଉପକୂଳ ଆଡକୁ ଧୀରେଧୀରେ ଆସୁଛି । ପ୍ରତି ଘଂଟାରେ ମାତ୍ର ୩କିମି ବେଗରେ ଗତି କରୁଥିବା ଏହି ବାତ୍ୟା ଯେତିକି ଉପକୂଳର ନିକଟବର୍ତୀ ହେଉଛି ସେତିକି ଶକ୍ତିଶାଳୀ ବି ହେଇଚାଲିଛି । ଏହାର ଆକାର ଓ ଧୀମାବେଗ ଏହାର ତୀବ୍ରତାକୁ ଆହୁରି ବଢାଇଦେବ ବୋଲି ଆଶଙ୍କା କରାଯାଉଛି । |
|
୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା
|
May 18, 2020 |



