୨୦୨୦ ପଦ୍ମ ପୁରସ୍କାର ପାଇଁ ୧୫ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ନାମାଙ୍କନ ଗ୍ରହଣ କରାଯିବ

Spread the love

ନୂଆଦିଲ୍ଲୀ ୪/୭ (ସନ୍ଧାନ ନିୟୁଜ ) ପଦ୍ମ ପୁରସ୍କାର-୨୦୨୦ ପାଇଁ ଅନଲାଇନ ନାମାଙ୍କନ/ସୁପାରିସ ୧ ମେ, ୨୦୧୯ରେ ଆରମ୍ଭ ହୋଇଛି। ନାମାଙ୍କନ/ସୁପାରିସ ଦାଖଲ କରିବା ଲାଗି ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୧୯କୁ ଧାର୍ଯ୍ୟ କରାଯାଇଛି। କେବଳ ପଦ୍ମ ପୋର୍ଟାଲ https://padmaawards.gov.inରେ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିସ ଗ୍ରହଣ କରାଯିବ।

ସମସ୍ତ କ୍ଷେତ୍ର/ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟକୁ ମାନ୍ୟତା ଦେବା ତଥା ବିଶିଷ୍ଟ ଏବଂ ଅସାଧାରଣ ଉପଲବ୍ଧୀ/ସେବା ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ବର୍ଗ, ପେସା, ପଦବୀ ଏବଂ ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତିବିଶେଷ ଏହି ପୁରସ୍କାର ପାଇଁ ଯୋଗ୍ୟ। ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ବାଦ ଦେଲେ ସରକାରୀ ଚାକିରିଆ କିମ୍ବା ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ପୁରସ୍କାର ପାଇବା ଲାଗି ଯୋଗ୍ୟ ନୁହନ୍ତି।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର, ଭାରତରତ୍ନ ଏବଂ ପଦ୍ମ ବିଭୂଷଣ ପୁରସ୍କାର ବିଜେତା, ଉତ୍କର୍ଷ ସଂସ୍ଥାନଗୁଡ଼ିକୁ ଏପରି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଚୟନ କରିବା ଏବଂ ଆବଶ୍ୟକ ନାମାଙ୍କନ ଦାଖଲ କରିବା ଦିଗରେ ଲକ୍ଷ୍ୟବଦ୍ଧ ପ୍ରୟାସ କରିବା ଲାଗି କୁହାଯାଇଛି ଯେଉଁମାନଙ୍କ ଉତ୍କର୍ଷତା ଏବଂ ଉପଲବ୍ଧୀ ବାସ୍ତବରେ ସମ୍ମାନ ପାଇବା ଯୋଗ୍ୟ। ପ୍ରତିଭାସମ୍ପନ୍ନ ମହିଳା, ସମାଜର ଦୁର୍ବଳ ବର୍ଗର ଲୋକ, ଅନୁସୂଚିତ ଜାତି ଏବଂ ଜନଜାତି, ଦିବ୍ୟାଙ୍ଗ ଜନ ଏବଂ ସମାଜ ପ୍ରତି ନିଃସ୍ୱାର୍ଥପର ସେବା କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ଲାଗି ଅନୁରୋଧ କରାଯାଇଛି।

ନିଜସ୍ୱ ନାମାଙ୍କନ ସମେତ ସମସ୍ତ ନାଗରିକ ନାମାଙ୍କନ/ସୁପାରିସ କରିପାରିବେ। ଉପରୋକ୍ତ ୱେବସାଇଟରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ସମସ୍ତ ଆବଶ୍ୟକ ବିବରଣୀ ସହିତ ନାମାଙ୍କନ/ସୁପାରିସ ଦାଖଲ କରାଯିବା ଆବଶ୍ୟକ। ଏଥିରେ ୮୦୦ ଶବ୍ଦ ବିଶିଷ୍ଟ ଏକ ପ୍ରଶସ୍ତିପତ୍ର ରହିଥିବ ଯେଉଁଥିରେ ନାମାଙ୍କନ ହେଉଥିବା ବ୍ୟକ୍ତବିଶେଷଙ୍କର ତାଙ୍କର କ୍ଷେତ୍ର/ବର୍ଗରେ ବିଶିଷ୍ଟ ତଥା ଉଲ୍ଲେଖନୀୟ ଉପଲବ୍ଧୀ/ସେବା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବ।

ଏ ସଂକ୍ରାନ୍ତରେ ଅଧିକ ବିବରଣୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ (www.mha.gov.in) ରେ “ଆୱାର୍ଡସ ଓ ମେଡାଲ୍ସ” ଶୀର୍ଷକରେ ଦିଆଯାଇଛି। https://padmaawards.gov.in/AboutAwards.aspx

ୱେବସାଇଟ ସହ ଲିଙ୍କରେ ଏସବୁ ପୁରସ୍କାରର ସ୍ଥିତି ଏବଂ ନିୟମ ଉପଲବ୍ଧ ରହିଛି।

Related Posts

About The Author

Add Comment