୧୫ ବର୍ଷ ରୁ ୪୦୦୦ ମେଗାୱାଟ ବିଦ୍ୟୁତ ପାୱାର ପ୍ଲାଣ୍ଟ ସ୍ଥଗିତ,ଲୋକେ ମୌଳିକ ସୁବିଧାରୁ ବଂଚିତ,ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

Spread the love

ସୁନ୍ଦରଗଡ ତା:୧୪/୯/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀର ଲଙ୍କାହୁଡ଼ା, ରୁପିଡ଼ିହି,କୋପଶିଂହା, ଭେଡାବହାଲ,କନ୍ଦାବାହାଲ, କିରେଇ ଏହି ଛଅ ଖଣ୍ଡ ଗ୍ରାମକୁ ନେଇ ସରକାର ବିଦ୍ୟୁତ୍ ପ୍ରକଳ୍ପ ର ଯୋଜନା ବିଗତ ୨୦୧୦ ମସିହାରେ ଆରମ୍ଭ କରିଥିଲେ । ଆଜକୁ ୧୫ ବର୍ଷ ହେବ ତାର କାର୍ଯ୍ୟରେ ପ୍ରଗତି ନ ହେବା କାରଣରୁ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି । ପାୱାର ପ୍ଲାଣ୍ଟ ହେବା ଦ୍ବାରା ଅଞ୍ଚଳ ର ଅନେକ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ରୋଜଗାରକ୍ଷମ ହେବା ସହିତ ସ୍ୱାବଲମ୍ବୀ ହେବାର ସ୍ବପ୍ନ ଦେଖିଥିବା ବେଳେ ତାହା ସବୁ ବିଭିଚିକା ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଏହି ଛଅ ଖଣ୍ଡ ଗ୍ରାମର ଲୋକେ ସରକାରଙ୍କ ପ୍ରତ୍ୟେକ ସୁବିଧାରୁ ବଞ୍ଚିତ ଥିବାବେଳେ ଅଞ୍ଚଳର ରାସ୍ତାଘାଟ ଦୟନୀୟ ସ୍ଥିତିରେ ରହିଥିବା ବେଳେ ପାନୀୟ ଜଳର ବିଶେଷ ଅସୁବିଧା ଦେଖିବାକୁ ମିଳୁଛି । କଥାରେ ଅଛି ” ବସି ଖାଇଲେ ନଇ ବାଳି ସରେ” ଏହି କଥାକୁ ନେଇ ସାଧାରଣ ଜନତା ଚିନ୍ତାରେ ଥିବା ଦେଖିବାକୁ ମିଳିଛି । ତା ସହିତ ବୃଦ୍ଧା ମାଆ ଓ ମାଉସୀ ମାନଙ୍କ କଥା ନ କହିବା ଭଲ । ସୂଚନା ଅନୁସାରେ ବିଗତ ଅନେକ ସମୟ ଧରି ଭାରତ ପ୍ରଧାନମନ୍ତ୍ରୀ,ରାଜ୍ୟର ମୁଖ୍ୟମନ୍ତ୍ରୀ ସହିତ ସ୍ଥାନୀୟ ସାଂସଦ ଙ୍କୁ ଦିଗରେ ଅଞ୍ଚଳବାସୀ ଅବଗତ କରାଯାଉଥିବା ଜଣାପଡିଛି ।ଏହି ଛଅଖଣ୍ଡ ଗ୍ରାମବାସୀ ଜିଲ୍ଲା ପାଲଙ୍କ ଦ୍ବାରସ୍ଥ ହୋଇ ଥିବାବେଳେ କିଛି ଫଳ ନ ମିଳିବା ସରକାର ଙ୍କ ପାଇ ଏକ ବଡ ପ୍ରଶ୍ନ? ଅଞ୍ଚଳବାସୀଙ୍କ କହିବା ଅନୁସାରେ ଅତିଶିଘ୍ର ପ୍ଲାଣ୍ଟ ପାଇଁ କାର୍ଯ୍ୟ ଆରମ୍ଭ କରାଯାଉ ନଚେତ୍ ବିନା ମୂଲ୍ୟରେ ସମସ୍ତଙ୍କ ଜମି ପରସ୍ତ କରାଯାଉ ବୋଲି ମତ ଦେଇଥିବା ଜଣାପଡିଛି ।ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କେତେ ଶୀଘ୍ର ତତ୍ପରତା ଦେଖାଇବେ ।

Related Posts

About The Author

Add Comment