୧୨୦ ଲିଟର ଚୋରା କିରୋସିନି ଜବତ

Spread the love

କୋରେଇ- ୬/୪ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ବ୍ୟାପକ ଚୋରା କିରୋସିନି କାରବାର ହେଉଥିବା ବୋଉଦିନ ହେବ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ୍ ଏହାର ସୁରାକ ପାଇ ପାରୁ ନଥିଲା। ଗତ କାଲି ପୂର୍ବାହ୍ନରେ ରଣପୁର ଛକ ନିକଟରେ ସେହି ଗ୍ରାମର  ଶଶୀକାନ୍ତ ସ୍ୱାଇଁ ରାସ୍ତାରେ ଛିଡା ହୋଇଥିବବେଳ ଉକ୍ତ ରାସ୍ତାଦେଇ ଏକ ବାଇକିରେ କିରୋସିନି ଡ୍ରମନେଇ ଜଣେ ଯୁବକ ଯାଉଥିବାରୁ ତାକୁ ଅଟକାଇବାକୁ ଶଶୀ କାନ୍ତ ଉଦ୍ୟମ କରିଥିଲେ।କିନ୍ତୁ ଯୁବକ ଜଣକ ବାଇକ୍ ସହ କିରାସିନି ଛାଡି ସେଠାରୁ ଫେରାର ହୋଇଯାଇଥିଲା । ଖବର ପାଇ କୋରେଇ ପୋଲିସ୍ ଆସି ବାଇକ୍ ସହ ୧୨୦ ଲିଟର କିରୋସିନି କୁ ଜବଦ କରି ଥାନାକୁ ଆଣିଥିଲା।ପୋଲିସ୍ ଏକ ମାମଲା ରୁଜୁକରି ଫେରାର ହୋଇଥିବ ଚୋରା ବେପାରୀକୁ ଗିରଫ୍ କରିବାକୁ ଉଦ୍ୟମ ଜାରି ରଖିଛି।

Related Posts

About The Author

Add Comment