କଟକ, ୧/୧/୨୬ (ସନ୍ଧାନ ନ୍ୟୁଜ) : ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ’ର ୨୫ ତମ ବାର୍ଷିକ ରାଜ୍ୟସ୍ତରୀୟ ମହା ସତସଙ୍ଗ ଏବଂ ନବରତ୍ନ ପ୍ରଦାନ ଉତ୍ସବ ଆସନ୍ତା ଜାନୁଆରୀ ୧୧ ତାରିଖ ରବିବାର ସକାଳ ୯ ଘଟିକା ସମୟରେ ଫୁଲନଖରା ଅନନ୍ତପୁର ସ୍ଥିତ “ବିଶ୍ଵଶାନ୍ତି ସରୋବର” ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି l ଉକ୍ତ ଉତ୍ସବରେ ମାତ୍ର ୧ ଟଙ୍କା ନେଇ ନିଷ୍ଠାପର ଭାବେ ରୋଗୀ ସେବା କରୁଥିବା ବୁର୍ଲା ମେଡିକାଲ କଲେଜ ର ସହଯୋଗୀ ପ୍ରଫେସର (ଡାକ୍ତର) ଶଙ୍କର ରାମଚନ୍ଦlନିଙ୍କୁ ଚଳିତବର୍ଷ ଅନୁଷ୍ଠାନ ର ସର୍ବୋଚ୍ଚ ” ଦିବ୍ୟାଲୋକ ସନ୍ଧାନେ ରତ୍ନ ସମ୍ମାନ – ୨୦୨୬” ପ୍ରଦାନ କରାଯିବ ବୋଲି ପତ୍ରିକାର ମୁଖ୍ୟ ସମ୍ପାଦକ ଡକ୍ଟର ଶରତ କୁମାର ରଥ ଜଣାଇଛନ୍ତି l ଅନ୍ୟ ଅଷ୍ଟ ରତ୍ନମାନଙ୍କ ମଧ୍ୟରେ ଧୃତିକାମ ମହାନ୍ତିଙ୍କୁ ‘ସାମ୍ବାଦିକ ରତ୍ନ’,ପାଲା ଗାୟକ ଲକ୍ଷ୍ମୀଧର ଦାଶ କୋଣାର୍କଙ୍କୁ ‘ଗାୟକ ରତ୍ନ’,ଗୋପାଳ ରାଜଗୁରୁ ନୟାଗଡ଼ଙ୍କୁ ‘ ପ୍ରବକ୍ତା ରତ୍ନ’,ଶିକ୍ଷାବିତ ତ୍ରିଦିବି ବେହେରା କଟକଙ୍କୁ ‘ଶିକ୍ଷା ରତ୍ନ’,ପଣ୍ଡିତ ଗୌରାଙ୍ଗ ଚରଣ ପତି ଜଗତସିଂହପୁରଙ୍କୁ ‘କର୍ମକାଣ୍ଡବିତ ରତ୍ନ’,ସାମାଜିକ ସଂଗଠନ ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି)କୁ’ “ସମାଜସେବୀ ରତ୍ନ’, କଟକ କମିଶନରେଟ ପୋଲିସ ଜୋନ ୫ ଏସିପି କୃଷ୍ଣଚନ୍ଦ୍ର ସେଠିଙ୍କୁ “ପୋଲିସ ସେବା ରତ୍ନ’ ଏବଂ ଛନ୍ଦା ମିଶ୍ରଙ୍କୁ ‘ ଲେଖିକା ରତ୍ନ – ୨୦୨୬’ରେ ସମ୍ମାନିତ କରାଯିବ ବୋଲି ଜଣା ପଡିଛି l ଏତଦ ବ୍ୟତୀତ ୫୦ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ‘ ଭଲ ପିଲା ସମ୍ମାନ’ ଏବଂ ୫୦ ଗୋଟି ଗାଁ ର ୫୦ ଜଣଙ୍କୁ ‘ଭଲ ଲୋକ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ପତ୍ରିକାର ପରିଚାଳନା ସମ୍ପାଦକ ଇଂ.ବିପ୍ଳବ ଦାସଙ୍କ ସୂତ୍ରରୁ ପ୍ରକାଶ l ବହୁ ସାଧୁ ସନ୍ଥ ଓ ବିଦ୍ୱାନ ଯୋଗ ଦେଉଥିବା ଏହି କାର୍ଯ୍ୟକ୍ରମରେ ଦିବସବ୍ୟାପୀ ହନୁମାନ ଚାଳିଶା,ସୁନ୍ଦରକାଣ୍ଡ ପାରାୟଣ, ପ୍ରବଚନ,ଭଜନ କୀର୍ତ୍ତନ,ସନ୍ଥ ପୂଜନ, ଆଧ୍ୟାତ୍ମିକ ଆଲୋଚନା ଆଦି ବହୁବିଧ କାର୍ଯ୍ୟକ୍ରମ ହେବ ବୋଲି ପତ୍ରିକାର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ସୂଚନା ଦେଇଛନ୍ତି l
୧୧’ ଜାନୁଆରୀ – ୨୦୨୬ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ୨୫ ତମ ବାର୍ଷିକ ଉତ୍ସବ ।
|
January 1, 2026 |



