୧୦ ରେ ତହସିଲ ଘେରିବାକୁ ବଡଚଣା ବେଜେପିର ଚୂଡାନ୍ତ ପ୍ରସ୍ତୁତି ଶେଷ, ଏକାଠି ହେଲେ ସବୁ ନେତା

Spread the love

ଯାଜପୁର, ୮/୫(ମାନ୍ୟୁଏ)

ବଡଚଣା ବିଜେପିର ଆସନ୍ତା ୧୦ତାରିଖରେ ଦର୍ପଣ ତହସିଲ ଘେରାଉର କାର୍ଯ୍ୟକ୍ରମ ଚୁଡାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଘେରାଉରେ ମନମାଳିନ୍ୟ ଭୂଲି ବଡଚଣାର ସମସ୍ତ ନେତା ମାନେ ଏକାଠି ହୋଇ ପ୍ରଶାସନର ବିିଭନ୍ନ ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଦୀର୍ଘଦିନ ହେବ ବଡଚଣା ବିଜେପିରେ ଗୋଷ୍ଠୀ କନ୍ଦଳ ଥିବା ନେଇ ନାନାଦି ଚର୍ଚ୍ଚା ହୋଇଆସୁଥିଲା । ଗତ ବିଧାନସଭା ନିର୍ବାଚନରେ ବଡଚଣାରୁ ପାର୍ଥୀ ହୋଇଥିଲେ ଦଳର ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା । ଶ୍ରୀମତି ଜେନାଙ୍କ ନେତୃତ୍ୱରେ ପଂଚାୟତ ନିର୍ବାଚନରେ ଦଳ ଭଲ ଭୋଟ ହାତେଇଥିଲା । ପଂଚାୟତ ନିର୍ବାଚନରେ ରାଜ୍ୟସାରା ବିଜେପିର ସଫଳତାକୁ ଦେଖି ବହୁନେତା ବେଜିପିରେ ମିଶିବାକୁ ଲାଗିଲେ ।

ବଡଚଣାର ପୂର୍ବତନ ସ୍ୱାଧୀନ ବିଧାୟକ ପାର୍ଥୀ ହୋଇଥିବା ଅମର ନାୟକ ମଧ୍ୟ ନିଜର ବହୁ ସମର୍ଥକଙ୍କ ସହିତ ବିଜେପିରେ ମିଶିଥିଲେ । ଶ୍ରୀ ନାୟକ ବିଧାନସଭା ନିର୍ବାଚନରେ ୨୦ହଜାରୁ ଉର୍ଧ ଭୋଟ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇଥିଲେ । ବିଜେପିରେ ମିଶିଲାପରେ ନିଜର ଯୁବବର୍ଗ ଏବଂ କର୍ମୀ ମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ୍ କରିବାରେ ଲାଗିଥିଲେ । ଏପଟେ ଶ୍ରୀମତୀ ଜେନାଙ୍କ ପୁରୁଣା ସଂଗଠନ ସେପଟେ ଶ୍ରୀ ନାୟକଙ୍କ ସଂଗଠନ, କିନ୍ତୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ମିଳନ୍ତିନାହିଁ । ମହିଳା ଦିବସ ହେଉ କି ଅନ୍ୟ କୌଣସି ଦିବସରେ ଶ୍ରୀ ନାୟକଙ୍କ ସହିତ ଶ୍ରୀମତୀ ଜେନାଙ୍କ ଏକାଠି ପାଳନ କରିବାରେ ଦେଖାଯାଇନଥିଲା । ଯାହାକୁ ନେଇ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଥିବା ବେଶ ଚର୍ଚ୍ଚା ହୋଇଆସୁଥିଲା ।

କିନ୍ତୁ ଏବେ ଶାସକ କଳ ବିରୁଧରେ ଲଢେଇ କରିବା ପାଇଁ ଗୋଷ୍ଠୀ କନ୍ଦଳକୁ ଭୂଲି ବଡଚଣାର ସବୁନେତା ମାନେ ଏକାଠି ହୋଇ ଏଥିପାଇଁ ବିଭିନ୍ନ ଜୋନରେ ଘେରାଉ ପାଇଁ ପ୍ରସ୍ତିତି ଶେଷ କରିଥିବା ଦେଖାଯାଇଛି । ସବୁ ବୈଠକରେ ରାଜ୍ୟ ନେତା ସମୀରୀ ଦେଓ, ଜିଲ୍ଲା ସଭାପତି ଗୌତମ ରାୟଙ୍କ ସହିତ ବଡଚଣାର ସବୁ ନେତାମାନେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ବିଚାରବିମର୍ଷ କରିଛନ୍ତି । ତେବେ ଏହି ଘେରାଉ ପାଇଁ ଦଳ ପକ୍ଷରୁ ଏକ ନିବେଦନ ପତ୍ର ବଂଟାଯାଇଛି । ବଡଚଣାରେ ବସବାସ କରୁଥିବା ୨ହାଜର ଉର୍ଧ ଆଧିବାସୀଙ୍କୁ ପଟା ଖଣ୍ଡିଏ ମିଳିପାରିଲା ନାହିଁ, ସେହିପରି ୧୦ହାଜର ଭୂମିହୀନ ଲୋକଙ୍କୁ ମଧ୍ୟ ଘରଢ଼ିହ ମିଳିପାରିନାହିଁ । ତହସିଲ ଅଂଚଳରେ ପ୍ରର୍ଯ୍ୟାପ୍ତ ପରିମାଣରେ ଗୋଚର ଏବଂ ଜଙ୍ଗଲଜମି ଥିଲେ ମଧ୍ୟ ବସୁନ୍ଧରା ଏବଂ ମୋଘର ମୋଢିହ ଯୋଜନା କାର୍ଯ୍ୟକାରୀ ହେଉନାହିଁ ।

ସେହିପରି ତହସିଲର ପଶ୍ଚିମାଂଚଳରେ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ ବ୍ୟାପକ ଭାବେ ହେଉଥିଲେ ସୁଧା ଏହାକୁ ବନ୍ଦ କରିବାକୁ ତହସିଲ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉନାହିଁ । ଫଳରେ କୋଟିକୋଟି ଟଙ୍କାର ରାଜସ୍ୱ ଲୁଟ୍ ହେବାରେ ଲାଗିଛି । ନାମକୁ ମାତ୍ର ଗୋଟିଏ ଦୁଇଟି ଗାଡି ଧରି ତହସିଲ ପ୍ରଶାସନ ବାହା ବହା ନେବାରେ ଲାଗିଛି । ସାମଜିକ ଅନୁଷ୍ଠାନ ସ୍କୁଲ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଜମି ନିମନ୍ତେ ତହସିଲକୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ଖଣ୍ଡିଏ ଜାଗା ମିଳୁନାହିଁ । ଏସବୁ ସମସ୍ୟା ବିରୁଧରେ ଦଳର ସବୁ ନେତୃମଣ୍ଡଳୀ ୧୦ତାରିଖରେ ସମାବେଶ କରି ପ୍ରଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବକୁ ଜଣାଯାଇଛି । ବିଜେପି ନେତାଙ୍କ ଏକାଠିକୁ ବେଜିପିର କର୍ମୀ ମାନେ ଏହାକୁ ସ୍ୱାଗତ କରଛନ୍ତି ।

Related Posts

About The Author

Add Comment